ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ । ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଆଦ୍ରିଜା ମଞ୍ଜରୀ ।
ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ଆଦ୍ରିଜା ନିର୍ଯାତନା ଅଭିଯୋଗ ଆଣିଥିଲେ ।

ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଥିବାର ଅଭିଯୋଗ ଆଣିଥିଲେ ଆଦ୍ରିଜା ।

ଏପରିକି ଡେରାଡୁନରେ ତାଙ୍କ ଘରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ମଧ୍ୟରେ ୮ ମାସରୁ ଅଧିକ ସମୟ ବିତିଗଲାଣି । ଆଉ ଏବେ ପୁଣି ଥରେ ଆଦ୍ରିଜା ଉତରାଖଣ୍ଡ ପୋଲିସ ଡିଜିଙ୍କୁ ଭେଟି ନିଜ ପାଇଁ ସୁରକ୍ଷା ମାଗିଛନ୍ତି ।

ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଉତ୍ତରାଖଣ୍ଡ ଡେରାଡୁନ୍ ଥାନାରେ ଆଦ୍ରିଜା ଅଭିଯୋଗ କରିଛନ୍ତି । ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟିଛନ୍ତି ।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!