ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ସ୍ୱତନ୍ତ୍ର ବିମାନ ଯୋଗେ ଅବିବ୍ରୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଲେ ଭାରତୀୟ । ଭାରତର ଅପରେସନ୍ ଅଜୟ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ ।

ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚଛନ୍ତି । ଏଠାରେ ପହଞ୍ଚିବା ପରେ ଭାରତୀୟମାନେ ସେଠାକାର ଅନୁଭୂତି ବର୍ଣ୍ଣନା । ଯୁଦ୍ଧ ଭିତରେ କେମିତି ଓ କେଉଁଠି ରହୁଥିଲେ, ସେସବୁ କହିଛନ୍ତି ।

ଏହାସହ ଅପରେସନ୍ ଅଜୟକୁ ଖୁବ୍ ପ୍ରଶଂସା କରିଛନ୍ତି ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲରୁ ଆସିଥିବା ଭାରତୀୟ ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଅଜୟର ଶୁଭାରମ୍ଭ କରିଛନ୍ତି ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!