ସିଏ ନିର୍ବାଚନ ସମୟରେ ଚର୍ଚ୍ଚାରେ ଆଉ ନିର୍ବାଚନ ପରେ ବି ଚର୍ଚ୍ଚାରେ । ସାଧାରଣ ଲୋକଙ୍କ ସହ ସବୁବେଳେ ରହିଥିବା ନେତାଟିଏ । ଦୁର୍ନୀତି ବିରୋଧରେ ଆରପାର ଲଢେଇ କରୁଥିବା କଠୋର ମଣିଷଟିଏ । ସିଏ ଧର୍ମଶାଳାର ଧଡ଼କନରେ ରହିଥିବା ଆପଣାର ବିଧାୟକ ହିଂମାଶୁ ସାହୁ ଓରଫ ଲିକୁ । ୨୦୨୪ ନିର୍ବାଚନରେ ସ୍ବାଧୀନ ଭାବେ ଲଢି ବି ଧର୍ମାଶାଳାର ହୃଦୟ ଜିତିନେଇଛନ୍ତି ଲିକୁ । ଆଉ ବନିଯାଇଛନ୍ତି ଧର୍ମଶାଳାର ନୂଆ ବିଧାୟକ ।
୨୦୨୪ ନିର୍ବାଚନରେ ରାଜ୍ଯ ରାଜନୀତିରେ ଅନେକ ପରିବର୍ତ୍ତନ ଘଟିଛି । ଅନେକ ଚର୍ଚ୍ଚା ଭିତରେ ହିଂମାଶୁ ସାହୁ ହେଉଛନ୍ତି ସ୍ବତନ୍ତ୍ର । ଧର୍ମଶାଳାରେ ଦମ ଦେଖାଇଥିବା ନେତା ହେଉଛନ୍ତି ହିଂମାଶୁ ସାହୁ । ବିଜେଡିର ଟାଣୁଆ ନେତା ପ୍ରଣବ ବଳବନ୍ତରାୟଙ୍କୁ ପାଣି ପିଆଇଥିବା ନେତା ହେଉଛନ୍ତି ହିଂମାଶୁ ସାହୁ ।ଆଉ ୨୯ ବର୍ଷ ପରେ ବିଜେଡି ଗଡ଼କୁ ଭାଙ୍ଗି ଧର୍ମଶାଳାରେ ବିଜେପି ପତାକା ଉଡ଼ାଇଥିବା ଦକ୍ଷ, ଟାଣୁଆ ନେତା ହେଉଛନ୍ତି ହିଂମାଶୁ ସାହୁ । ଏକାକୀ ଲଢ଼େଇ କରି ବିରୋଧୀଙ୍କୁ ଚିତ୍ପଟାଙ୍ଗ କରିଥିବା ଲିକୁଙ୍କ ବିଜୟକୁ ନେଇ ସାରା ଓଡ଼ିଶାରେ ଢେର ଚର୍ଚ୍ଚା ଆଉ ଢେରସାରା ଆଲୋଚନା ।
ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ହୋଇଥିବାବେଳେ ଗତ ନିର୍ବାଚନରେ ହିମାଂଶୁ ଏହି ଗଡ଼କୁ ଭାଙ୍ଗି ଐତିହାସିକ ବିଜୟ ହାସଲ କରିଛନ୍ତି । ହିମାଂଶୁ ୭୯,୭୫୯ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ୭୫,୬୦୯ ଖଣ୍ଟ ଭୋଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ବିଜୟ ବ୍ୟବଧାନ ରହିଥିଲା ୪,୧୫୦ ଖଣ୍ଡ ଭୋଟ । ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି ୧୫,୯୨୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ବିଜୟ ପରେ ହିଂମାଶୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସହ ମିଶି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ବିଜେପିରେ ମିଶିଥିଲେ । ସ୍ବାଧୀନ ବିଧାୟକ ଭାବେ ଜିତିଥିଲେ ବି ଏବେ ବିଜେପିକୁ ସମର୍ଥନ କରି ମୋହନ ସରକାରରେ ଅଂଶୀଦାର ହୋଇପାରିଛନ୍ତି ।
ହିଂମାଶୁ ନୂଆ ବିଧାୟକ ହେବା ପରେ ଲୁଟେରା ଓ ଗୁଣ୍ଡାରାଜର ଅନ୍ତ ଘଟିଛି । ଦଶନ୍ଧି ଦଶନ୍ଧି ଧରି ଧର୍ମଶାଳା ଅଞ୍ଚଳରେ ବାଲି, ମାଟି, ମୋରମ, କଳାପଥର ଖୋଳି ଲୁଟ୍ କରୁଥିଲେ ଦଲାଲ । ଲଘୁଖଣିଜ ସଂପଦକୁ ଲୁଟିନେଉଥିଲେ ମାଫିଆ । ଯାହାକୁ ଆଉ କରାଇଦେଉନାହାନ୍ତି ହିଂମାଶୁ । ଧର୍ମଶାଳା ଭବନ ଓ ବଲ୍ଲେବଲ୍ଲେ ଢାବାକୁ ବନ୍ଦ କରିବାରେ ହିଂମାଶୁଙ୍କ ଆକ୍ଟିଭ ମୁଡ୍ ସାରା ରାଜ୍ଯରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଖଣିଖାଦାନ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଲେଉଟାଇ ଧର୍ମଶାଳାରେ ଆଇନର ଶାସନ ଆଣିପାରିଛନ୍ତି ।
ହିମାଂଶୁ ଶେଖର ସାହୁ ଏକଦା ବିଜେଡିରେ ଥିଲେ ଓ ପରବର୍ତ୍ତୀ ସମୟରେ ଭାଜପାରେ ମିଶିଥିଲେ । ସେ ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବିଜେପିରୁ ଟିକେଟ ଆଶାୟୀ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଦଳ ସ୍ମୃତିରେଖା ପହିକୁ ବାଢି ହିଂମାଶୁଙ୍କୁ ନିରାଶ କରିଥିଲା । ଟିକେଟ କଚିବା ପରେ ଜମାରୁ ଆଡଜଷ୍ଟ ମୁଡରେ ନଥିଲେ ହିଂମାଶୁ । ଦଳୀୟ ବିଜେପି କାର୍ଯ୍ୟଳଯରେ ପ୍ରଥମେ ହଙ୍ଗାମା କରିବାର ସାହସ କରିଥିଲେ । ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହିମାଂଶୁ ଶେଖର ସାହୁ ଓ ତାଙ୍କ ସମର୍ଥ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ହଙ୍ଗାମା କରିଥିଲେ। କାର୍ଯ୍ୟାଳୟ ଭିତରେ ପଶି ହୋ-ହଲ୍ଲା କରିଥିଲେ। ସ୍ମୃତିଙ୍କ ବଦଳରେ ହିମାଂଶୁଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖରେ ଦାବି କରିଥିଲେ। ହେଲେ ସବୁଠୁ ନିରାଶ ହେବାପରେ ସ୍ବାଧୀନ ଲଢିବାକୁ ସେ ନିଷ୍ପତ୍ତି ନେଇ ଲୋକଙ୍କ ଭରସା ଜିତିଥିଲେ ।

