ବିଧାନସଭା ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ଶୂନ୍ୟକାଳରେ ସଂରକ୍ଷଣ ପ୍ରସଙ୍ଗ ଉଠାଇ କଂଗ୍ରେସର ହୋହଲ୍ଲା । ଓବିସି, ଏସସି / ଏସଟି ସଂରକ୍ଷଣ ପ୍ରସଙ୍ଗ ଉଠାଇ ଗୃହରେ ହୋହଲ୍ଲା । ଗୃହ ଭିତରେ ଲିଫ୍ଲେଟ୍ ଫିଙ୍ଗି ବିରୋଧୀଙ୍କ ପ୍ରତିବାଦ । ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ନାରାବାଜି ।
ଅନ୍ୟପଟେ ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ। ଗୃହରେ ନିନ୍ଦା ପ୍ରସ୍ତାବ ଆଣିଲେ ସରକାରୀ ଦଳ ମୁଖ୍ୟ ସଚେତକ । ନିନ୍ଦା ପ୍ରସ୍ତାବ ଗୃହୀତ, ଗୃହ ଘଣ୍ଟାଏ ପାଇଁ ମୁଲତବି । କାଲି ବାଚସ୍ପତିଙ୍କ ପୋଡ଼ିୟମ ଦଖଲ କରିବାକୁ ଉଦ୍ୟମ କରିଥିଲା ବିଜେଡି । ରୋମାଞ୍ଚ ବିଶ୍ୱାଳ ଓ ମାଧବ ଧଡ଼ା ପୋଡ଼ିୟମ ଉପରକୁ ଚଢ଼ି ଯାଇଥିଲେ ।

