ଅଗଷ୍ଟ ୧୪ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା

ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଓ ତାଙ୍କ ରଚିତ ପବିତ୍ର କାବ୍ୟ ଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ ନାମରେ ଆମେରିକାରେ ଦୁଇଟି ଦିବସ ଘୋଷଣା କରାଯାଇଛି। ସମ୍ପୂର୍ଣ୍ଣ ବିଶ୍ୱ ମାନବିକତାର କଲ୍ୟାଣ ନିମନ୍ତେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଅଗଷ୍ଟ ୯ ତାରିଖକୁ ପ୍ଲାନୋ ସହର ମେୟର ଜନ ବି. ମୁନ୍ସ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଦିବସ ନାମରେ ଘୋଷଣା କରିଥିଲେ । ଗୁରୁଜୀଙ୍କର ଆଜୀବନ ତ୍ୟାଗପୂତ ସାଧନା ନିମନ୍ତେ ବେଲଭିଉ ସହର ପକ୍ଷରୁ ଅଗଷ୍ଟ ୧୪ ତାରିଖକୁ ଡ. ଚନ୍ଦ୍ରଭାନୁ ଶତପଥୀ ଦିବସ ନାମରେ ନାମିତ କରାଯାଇଛି । ଏହା ସରକାରୀ ଘୋଷଣାପତ୍ରରେ ମଧ୍ୟ ପ୍ରକାଶ ପାଇଛି। ସେହିପରି ସିଆଟେଲ ସହର ପକ୍ଷରୁ ମଧ୍ୟ ଅଗଷ୍ଟ ୧୪ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ରୂପେ ଘୋଷଣା କରାଯାଇଛି। ସିଆଟେଲ ମେୟର କାଟିଏ ବି. ୱିଲସନ୍‍ ଏ ସଂକ୍ରାନ୍ତ ଘୋଷଣାପତ୍ର ଗୁରୁଜୀଙ୍କୁ ପ୍ରଦାନ କରି ସମ୍ମାନିତ କରିଥିଲେ।

ଗୁରୁଜୀଙ୍କର ଦୁଇ ସପ୍ତାହ ବ୍ୟାପୀ ଆମେରିକା ଗସ୍ତ ଅବସରରେ ସିଟି ଅଫ କଟଲେଭିଲେ, ମିସୋରିର ମେୟର ଷ୍ଟିଫେନ ଥମ୍ପସନ୍‍ ମଧ୍ୟ ସେଣ୍ଟ ଲୁଇସ୍‍ ସହର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଗସ୍ତ ସମୟରେ ଗୁରୁଜୀ ୱାଶିଂଟନ୍‍ ବିଶ୍ୱବିଦ୍ୟାଳୟରେ ଭାରତର ପ୍ରାଚୀନ ବୈଦିକ ଜ୍ଞାନ ଏବଂ ଆଧୁନିକ ବିଶ୍ୱରେ ଗୁରୁ ପରମ୍ପରାର ପ୍ରାସଙ୍ଗିକତା ଉପରେ ବକ୍ତୃତା ପ୍ରଦାନ କରିଥିଲେ। ୱାଶିଂଟନ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାହିତ୍ୟ, ଗବେଷଣା ଓ ଏବଂ ଆନ୍ତଃ ସାଂସ୍କୃତିକ ସଂହତି ସ୍ଥାପନରେ ଗୁରୁଜୀଙ୍କର ଅବଦାନ ନିମନ୍ତେ ତାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଗୁରୁଜୀ ଡ. ଶତପଥୀ ସିଆଟେଲସ୍ଥିତ ଭାରତୀୟ କନସୁଲେଟ ଜେନେରଲ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ସିଆଟେଲସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କର ପ୍ରତିମୂର୍ତ୍ତିରେ ଗୁରୁଜୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏହି ଗସ୍ତ କାଳରେ ଡଲାସ ଠାରେ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ନିର୍ମାଣ ନିମନ୍ତେ ଗୁରୁଜୀ ଭୂମିପୂଜା କରିଥିଲେ । ଯାହାକି ଶ୍ରୀଗୁରୁ ଭାଗବତର ପଚିଶି ବର୍ଷର ଯାତ୍ରା ପଥରେ ଏକ ମାଇଲଖୁଣ୍ଟ । ଶ୍ରୀଗୁରୁ ଭାଗବତର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାଇ ଡିଭାଇନ ଫାଉଣ୍ଡେସନ୍‍ ପକ୍ଷରୁ ଡଲାସଠାରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!