୬ ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

୬ ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି। କେନ୍ଦୁଝର ପାଇଁ ଦଳ ଆଶିଷ ଚକ୍ରବର୍ତ୍ତୀଙ୍କ ନାଁ ଘୋଷଣା କରିଥିବା ବେଳେ ଖୋର୍ଦ୍ଧା ଜିଲାର ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜ-୨: ଦେବାଶିଷ ମାରାଣ୍ଡିଙ୍କ ନାଁ ଘୋଷଣା କରିଛି।

ସେହିପରି ସମ୍ବଲପୁର ପାଇଁ ରୋହିତ ପୂଜାରୀ ଏବଂ ବଲାଙ୍ଗୀର ପାଇଁ ସରୋଜ ମେହେରଙ୍କୁ ଦାୟିତ୍ୱ ଦେଇଛି ବିଜେଡି।

ପୂର୍ବରୁ ବିଜେଡି ପୁରୀ ଜିଲା ପାଇଁ ସଭାପତି ଭାବେ ଉମା ସାମନ୍ତରାୟ , ବରଗଡ଼ ଜିଲା ପାଇଁ ସୁଶାନ୍ତ ମହାପାତ୍ର, ଭଦ୍ରକ ଜିଲା ପାଇଁ ଜଗନ୍ନାଥ ସ୍ବାଇଁ, ବୌଦ୍ଧ ଜିଲା ପାଇଁ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ଦେବଗଡ଼ର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡା ପାଇଁ ହରିଶ ଗଣତ୍ରା, କନ୍ଧମାଳ ପାଇଁ ପଦ୍ମନାଭ ବେହେରା ଆଉ ମାଲକାନଗିରିରେ ମାନସ ମାଡକାମୀ ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

Post Views6 Total Count

Apply Now


This will close in 0 seconds

error: Content is protected !!