ସ୍ବାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ଦେଶର ୭୯ତମ ସ୍ବାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ପୂର୍ବକ ରାଷ୍ଟ୍ରପତି କହିଛନ୍ତି ଯେ ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଦିବସ ଆମକୁ ଭାରତୀୟ ହେବାର ଗୌରବକୁ ବିଶେଷ ଭାବେ ସ୍ମରଣ କରାଇଥାଏ। ତ୍ରିରଙ୍ଗାକୁ ସଲାମ୍ କରିବା ସମୟରେ, ଆମେ ସମସ୍ତେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ବିଶ୍ୱର ପ୍ରାଚୀନତମ ଗଣତନ୍ତ୍ର। ଏହାକୁ ଗଣତନ୍ତ୍ରର ଜନନୀ କହିବା ଅତିଶୋୟକ୍ତି ହେବ ନାହିଁ। ଏବର୍ଷ ଆମକୁ ଆତଙ୍କବାଦର ଦଂଶନ ସହିବାକୁ ପଡ଼ିଛି। କାଶ୍ମୀର ବୁଲିବାକୁ ଯାଇଥିବା ନିର୍ଦୋଷ ନାଗରିକଙ୍କୁ କାପୁରୁଷତାପୂର୍ଣ୍ଣ ଏବଂ ଅତ୍ୟନ୍ତ ଅମାନବୀୟ ଭାବେ ହତ୍ୟା କରାଯାଇଥିଲା। ଭାରତ ସାହସିକ ସଂକଳ୍ପ ସହିତ ଏହାର ଜବାବ ନିର୍ଣ୍ଣାୟକ ଢଙ୍ଗରେ ଦେଇଥିଲା। ଅପରେସନ ସିନ୍ଦୂର ପ୍ରମାଣ କରିଥିଲା ଯେ ରାଷ୍ଟ୍ର ସୁରକ୍ଷାର ପ୍ରଶ୍ନ ଉଠିଲେ ଆମ ସୈନ୍ୟବାହିନୀ ଯେକୌଣସି ପ୍ରକାରର ସ୍ଥିତିକୁ ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ସକ୍ଷମ ଓ ସିଦ୍ଧ ଅଟେ। ରଣନୀତିକ ସ୍ପଷ୍ଟତା ଏବଂ ବୈଷୟିକ ଦକ୍ଷତା ସହିତ, ଆମର ସୈନ୍ୟବାହିନୀ ସୀମା ଆରପାରିରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ମାନବତାର ଲଢ଼େଇର ଗୋଟିଏ ଉଦାହରଣ ଭାବରେ ଇତିହାସରେ ଲିଖିତ ହୋଇ ରହିବ। ଆମର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବୁ ନାହିଁ ବୋଲି ଭାରତର ସିଦ୍ଧାନ୍ତକୁ ସାରା ବିଶ୍ୱ ସ୍ୱୀକାର କରିଛି। ଅପରେସନ ସିନ୍ଦୂର ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ ମିଶନ’କୁ ପରୀକ୍ଷା କରିବା ଏକ ସୁଯୋଗ ଥିଲା। ଆମେ ଠିକ୍ ରାସ୍ତାରେ ଅଛୁ ବୋଲି ଏବେ ପ୍ରମାଣିତ ହୋଇଛି।

ସ୍ବାଧୀନତା ଦିବସ ଅବସରରେ ପରିବେଶ ସୁରକ୍ଷା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି। ଆମେ ସମସ୍ତେ ନିଜର ଯୋଗଦାନ ବଳରେ ଏପରି ଏକ ପୃଥିବୀ ଛାଡ଼ି ଯିବା ଯେଉଁଠି ଜୀବନ ନିଜର ନୈସର୍ଗିକ ରୂପରେ ପରିପୁଷ୍ଟ ହେଉଥିବ। ଭାରତ ଆତ୍ମନିର୍ଭର ରାଷ୍ଟ୍ର ହେବାର ମାର୍ଗରେ ଯଥେଷ୍ଟ ଦୂର ଆଗେଇ ଆସିଛି ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ ଆହୁରି ଆଗକୁ ବଢ଼ିଚାଲିଛି। ଆର୍ଥିକ କ୍ଷେତ୍ରରେ ଆମର ସଫଳତା ସ୍ପଷ୍ଟ ଭାବେ ଦେଖାଯାଇପାରିବ। ବିଗତ ଆର୍ଥିକ ବର୍ଷରେ ୬.୫ ପ୍ରତିଶତ ସକଳ ଘରୋଇ ଉତ୍ପାଦ ବୃଦ୍ଧି ହାର ସହିତ ଭାରତ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା ଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ଥିଲା। ବିଶ୍ୱ ଅର୍ଥବ୍ୟବସ୍ଥାରେ ଲାଗି ରହିଥିବା ସମସ୍ୟା ସତ୍ତ୍ୱେ ଘରୋଇ ଚାହିଦାରେ ଦ୍ରୁତ ଅଭିବୃଦ୍ଧି ହେଉଛି। ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖାଯାଇପାରିଛି।

Post Views5 Total Count

Apply Now


This will close in 0 seconds

error: Content is protected !!