ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ

ଭୁବନେଶ୍ବର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସାରା ଦେଶରେ ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ ।ସଙ୍ଗଠିତ ଅପରାଧକୁ ଦମନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡ଼ା ଯିବନାହିଁ ।

ସେମାନଙ୍କ ସ୍ଥାନ ଜେଲ୍ ରେ ସମାଜରେ ନୁହେଁ। ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି । ମହିଳାଙ୍କ ସୁରକ୍ଷାରେ ଅବହେଳା କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୋଟାମୋଟି ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣାଧୀନ ରହିଛି । ଏହାକୁ ଅଧିକ ପ୍ରଭାବୀ କରିବାକୁ ପଡ଼ିବ। ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର। ନିଶା ମାଫିଆଙ୍କୁ ଦମନ ପାଇଁ ଦିଆଯାଇଛି ନିର୍ଦ୍ଦେଶ। ଗାଁ ଠାରୁ ରାଜଧାନୀ ପର୍ଯ୍ୟନ୍ତ ଗୁଣ୍ଡାରାଜକୁ ଦମନ କରାଯିବ।

ସଙ୍ଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ପଛାଇବୁନି। ଦାଦାବଟି , ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧ ଭାବେ ବିଚାର କରାଯିବ। ଶିକ୍ଷାନୁଷ୍ଠାନରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଘୋଷଣା କରାଯିବ। କ୍ୟାମ୍ପସରେ ନିଶାସେବନକୁ ସମ୍ପୂର୍ଣ୍ଣ ବାରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Post Views4 Total Count

Apply Now


This will close in 0 seconds

error: Content is protected !!