ସରକାରଙ୍କୁ ଘାରିଛି ଚିକିଟି ମାମଲା, ସରଗରମ ହୋଇପାରେ ବିଧାନସଭା ଗୃହକାର୍ଯ୍ୟ

ଦ୍ବିତୀୟ ପର୍ଯ୍ୟାୟ ବିଧାନସଭାର ପଞ୍ଚମ ଦିନରେ ବି ଗୃହ ସରଗରମ ରହିବ ବୋଲି ଅନୁମାନ କରାଯାଉଛି I ଶାସକ ଦଳକୁ ଘାରିଛି ଚିକିଟି ମଦ ମୃତ୍ୟୁ ମାମଲା । କ୍ରମାଗତ ୪ଦିନ ହେବ ଚିକିଟି ମଦମୃତ୍ୟୁ ଘଟଣାକୁ ନେଇ ଅବକାରୀ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କାରୀ ଆସିଥିବା ବେଳେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ବିରୋଧୀ ପୁଣିଥରେ ଆଜି ମଧ୍ଯ ଏହି ପ୍ରସଙ୍ଗ ଉଠାଇବେ ବୋଲି ରାଜନୈତିକ ଵିଶେଷଜ୍ଞ ମାନେ ଅନୁମାନ କରିଛନ୍ତି ।

ଗତକାଲି ବିରୋଧୀ ଦଳ ବିଜେଡ଼ି ସହ କଂଗ୍ରେସ ମଧ୍ୟ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଅପ୍ରୀତିକର ପରିସ୍ଥିତି ଦେଖି ବାଚସ୍ପତି ବାଧ୍ଯ ହୋଇ ଗୃହକୁ ମୁଲତବୀ କରିଥିଲେ ‌।

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!