ପିଏନ୍ବି କଟକ ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଜଗବନ୍ଧୁ ପାଢ଼ୀ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ର କଟକ ମଣ୍ଡଳ ନୂତନ ମଣ୍ଡଳ ମୁଖ୍ୟ ଭାବେ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପିଏନ୍ବି କଟକ ମଣ୍ଡଳ ଅଧୀନରେ ଥିବା କଟକ, ଢେଙ୍କାନାଳ, ଅନୁଗୋଳ, ଜଗତ୍ସିଂହପୁର ଓ କେନ୍ଦ୍ରାପଡା ଜିଲାରେ ୬୯ଟି ଶାଖା ରହିଛି।

ପାଢ଼ୀ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ରିଟେଲ୍, କୃଷି, ଏମ୍ଏସ୍ଏମ୍ଇ, ରିକଭରି ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହିତ ଉତ୍କୃଷ୍ଟ ଗ୍ରାହକ ସେବା ଏବଂ ଅଧିକରୁ ଅଧିକ ଗ୍ରାହକମାନଙ୍କୁ ପିଏନ୍ବି ସହ ଯୋଡ଼ିବା ପାଇଁ ଉଦ୍ୟମ କରିବେ ବୋଲି ମତପ୍ରକାଶ କରିଛନ୍ତି।

ପାଢ଼ୀ ଏହା ପୂର୍ବରୁ କୋଲକାତା ଜୋନ୍ରେ ଭିଜିଲାନ୍ସ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ୧୯୯୩ରେ ପାଢ଼ୀ ପିଏନବିରେ ଯୋଗ ଦେଇଥିଲେ।
ପାଢ଼ୀ ବିଶେଷକରି ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଚେନ୍ନାଇ ଓ ଛତିଶଗଡ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ସେହିଭଳି ଦୀର୍ଘ ୩୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ପ୍ରାୟ ୧୧ବର୍ଷ ଶାଖା ସ୍ତରରେ ଏବଂ ୧୯ ବର୍ଷ ପ୍ରଶାସନିକ ଓ ଅଡିଟ୍ କାର୍ଯ୍ୟାଳୟରେ କାମ କରିଛନ୍ତି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!