ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏ

ଭିଜିଲାନ୍ସ ଜାଲରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସ୍‌ଆର୍‌ଏ (SRA) ତଥା ବର୍ତ୍ତମାନ ଜଗତସିଂହପୁରଜିଲ୍ଲା ନାଉଗାଁ ତହସିଲରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ ଭଞ୍ଜ କିଶୋର ବେହେରା। କଟକଭିଜିଲାନ୍ସ ଥାନା କେସ୍ ନମ୍ବର ୩୦/୨୦୨୬, ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ରୁଜୁ ମାମଲାରେ ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କର ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ତାଙ୍କ ବିରୋଧରେ ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ତାଙ୍କୁ ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଚାଲିଛି।

*୧.* ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ପାଟେଣିଗାଁରେ ଥିବା ପ୍ରାୟ *୭,୦୦୦ ବର୍ଗଫୁଟ୍‌ର ଦୁଇ ମହଲା ଆବାସିକ କୋଠା*।
*୨.* ପାଟେଣିଗାଁରେ ଥିବା ପ୍ରାୟ *୪,୦୦୦ ବର୍ଗଫୁଟ୍‌ର ଏକ ଟେଣ୍ଟ ହାଉସ୍‌*।
*୩.* ପାଟେଣିଗାଁରେ ଥିବା ଅନ୍ୟ ଏକ ପ୍ରାୟ *୩,୦୦୦ ବର୍ଗଫୁଟ୍‌ର ଦୁଇ ମହଲା କୋଠା*।
*୪.* ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ କାର୍ଯ୍ୟାଳୟରେ ଅଭିଯୁକ୍ତ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ।
*୫.* ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଡିଓ କାର୍ଯ୍ୟାଳୟରେ ତାଙ୍କର ପୂର୍ବତନ କାର୍ଯ୍ୟସ୍ଥଳ।
*୬.* ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ସାନକୋରକୋରା ଗାଁରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର।ସରକାରୀ ଅର୍ଥ ହେରଫେର ଅଭିଯୋଗ ସମ୍ପର୍କରେ ଅଧିକ ତଥ୍ୟ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ ପାଇଁ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!