ଓଡିଶା ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରନ ସିଂହ

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ । ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିସ ପରେ ଓଡିଶା ହାଇକୋର୍ଟରେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ ନିଯୁକ୍ତି ମିଳିଛି । ମୋଟ ୬ ଜଣ ବିଚାରପତିଙ୍କ ନୂଆ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ।

ରାଜସ୍ଥାନ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନିନ୍ଦ୍ର ମୋହନ ଶ୍ରୀବାସ୍ତବଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ କୁମାରୀ ରିତୁ ବାହାରିଙ୍କୁ ଉତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ମିଳିଛି ।

Post Views24 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!