ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଲା ବିମାନ

ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଶନିବାରଠାରୁ ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ଏହି ବିମାନସେବା କାର୍ଯ୍ୟକାରୀ ହୋଇଛି।ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ।

ଭୁବନେଶ୍ୱର ଛାଡ଼ିଲା ପରେ ବିମାନଟି ପୂର୍ବାହ୍ନ ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବ। ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ନ ୧ଟାରେ ପହଞ୍ଚିବ। ଆସନ୍ତା ୧୨ତାରିଖରୁ ଏହି ବିମାନ ଦୈନିକ ଉଡାଣ କରିବ।

ପ୍ରତିଦିନ ଅପରାହ୍ଣ ୨ଟା ୫୫ରେ ବିମାନ ଭୁବନେଶ୍ବରରୁ ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଞ୍ଚିବ। ରାଉରକେଲାରୁ ଅପରାହ୍ଣ ୪ଟା ୧୫ରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ। ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ରହିଛି। ସେହିପରି ରାଉରକେଲାରୁ ଭୁବନେଶ୍ୱର ବିମାନର ଟିକେଟ୍ ମୂଲ୍ୟ ୨୭୨୧ ଟଙ୍କା ରଖାଯାଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!