ଆଇଟି ଶିଳ୍ପ ପ୍ରୋତ୍ସାହନ ପାଇଁ ଅନଲାଇନ୍ ଆବେଦନ

ଆଇଟି, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର, ବିପିଓ, ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ଓ ଫାବଲେସ୍ ନୀତି ଆଧାରରେ ଦିଆଯାଉଥିବା ପ୍ରୋତ୍ସାହନ ଲାଗି ଉଦ୍ୟୋଗୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଦିନର ଯେକୌଣସି ସମୟରେ ସେମାନେ ଏହି ସୁବିଧା ବ୍ୟବହାର କରିପାରିବେ। ସହଜରେ ଆବେଦନ ଦାଖଲଠାରୁ ଆରମ୍ଭ କରି ତ୍ରୁଟି ସଂଶୋଧନ ଓ ମେସେଜ୍ ଆଲର୍ଟ ଭଳି ସୁବିଧା ଏଥିରେ ରହିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥା ‘ଅନ୍ଲାଇନ୍ ପ୍ରୋତ୍ସାହନ ପ୍ରବନ୍ଧନ ପ୍ରଣାଳୀ’ର ଶୁଭାରମ୍ଭ କରିଛନ୍ତି।

ଏଭଳି ବ୍ୟବସ୍ଥା ଆଣିବାରେ ସାରା ଦେଶରେ ଓଡ଼ିଶା ସମ୍ଭବତଃ ପ୍ରଥମ ରାଜ୍ୟ ବୋଲି ସେ କହିଛନ୍ତି। ଏହା ଦ୍ବାରା ଉଦ୍ୟୋଗଗୁଡ଼ିକ ଉପକୃତ ହେବେ। ଏଥି ସହିତ ଶାସନ ବ୍ୟବସ୍ଥାକୁ ଏହା ଆହୁରି ସ୍ବଚ୍ଛ, ଉପଯୋଗ୍ୟ ଓ ଲୋକାଭିମୁଖୀ କରିପାରିବ ବୋଲି ସେ କହିଛନ୍ତି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ୍) ପକ୍ଷରୁ ବିକାଶ କରାଯାଇଥିବା ଏହି ବ୍ୟବସ୍ଥାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ରହିଥିବାରୁ ଯେକୌଣସି ପ୍ରକାର ଅନଧିକାର ପ୍ରବେଶକୁ ଏହା ପରିରୋଧ କରିପାରିବ।

ଏହି ୱେବସାଇଟ୍କୁ ବ୍ୟବହାର କରିବା ଲାଗି ନାସ୍କମ୍ ଓ ଅନ୍ୟ ଉଦ୍ୟୋଗ ସହଯୋଗରେ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଉଦ୍ୟୋଗୀମାନେ https://ims.odisha.gov.inରେ ପ୍ରୋତ୍ସହନ ଲାଗି ଆବେଦନ କରିପାରିବେ। ୫-ଟି ଉପକ୍ରମରେ ବିକାଶ କରାଯାଇଥିବା ଷ୍ଟାଣ୍ଡାର୍ଡାଇଜଡ୍ ୱେବସାଇଟ୍ ଫ୍ରେମୱାର୍କ ଅଧୀନ ନୂଆ ଜିଲ୍ଲା ୱେବସାଇଟ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ସମସ୍ତ ସରକାରୀ ୱେବସାଇଟ୍ରେ ସମାନ ପ୍ରକାର ଅନୁଭୂତି ପ୍ରଦାନ କରିବା ଲାଗି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ପୋର୍ଟାଲ୍ ବିକାଶ କରାଯାଇଛି। ଜନସଂଖ୍ୟା ବିଭାଗୀକରଣ ଆଧାରରେ ଏହି ୱେବ୍ସାଇଟ୍ଗୁଡ଼ିକ ଖୁବ୍ ଉପଯୋଗୀ ଏବଂ ୫-ଟି ଉପକ୍ରମର ଏହା ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!