ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୪ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ । ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହି କ୍ୟାବିନେଟ ବୈଠକରେ ବଡ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ମହାନଦୀରେ ତିଆରି ହେବ ଆଉ ଏକ ଉଚ୍ଚ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସେହିପରି ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡି-ସାହୁଖେତ ରାସ୍ତାରେ ହେବ ସେତୁ ନିର୍ମାଣ ।

ସେତୁ ନିର୍ମାଣରେ ୧୨୮ କୋଟି ଟଙ୍କା ଖର୍ଚ୍ଚ ହେବ ଆଉ ଏହା ୩ ବର୍ଷରେ ଶେଷ ହେବ । ସେତୁ ନିର୍ମାଣ ଦ୍ୱାରା କଟକ-ଚାନ୍ଦବାଲି ଓ କଟକ-ପାରାଦୀପ ରାସ୍ତାରେ ସହଜ ହେବ ଯାତାୟାତ ।

ଏହାସହ କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ । ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀର ହେବ ପୁନଃ ନିର୍ମାଣ ୍ୟ ଜଳସେଚିତ ଅଞ୍ଚଳରେ ପୁରୁଣା କରନାଳୀ କାମର ଅବଧି ମଧ୍ୟ ବଢିଲା ।

Post Views117 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!