ମାଲବାହୀ ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀ ମୃତ

୪୦ ଟିକିଆ ହାତୀପଲ ଟ୍ରେନ୍‌ ଲାଇନ ଅତିକ୍ରମ କରୁଥିବା ବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣାରେ ପ୍ରାଣ ହରାଇଲା ଦନ୍ତା ହାତୀ । ମୃତ ଦନ୍ତାର ବୟସ ପ୍ରାୟ ୧୪ ବର୍ଷ ବୋଲି ଜଣାପଡିଛି । ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ମେରାମୁଣ୍ଡଳୀ ଫରେଷ୍ଟ ସେକ୍ସନ ଚିନ୍ତା ପୋଖରୀ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପୂର୍ବତଟ ରେଳ ବିଭାଗର ମେରାମୁଣ୍ଡଳୀ ଷ୍ଟେସନ ଠାରୁ ମାତ୍ର ୩ କିଲୋମିଟର ଦୂର ଅପ ଲାଇନରେ ଘଟିଛି ଏହି ଦୁର୍ଘଟଣା । ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଏକ ୪୦ ଟିକିଆ ହାତୀ ପଲ ଟ୍ରେନ ଲାଇନ ଅତିକ୍ରମ କରୁଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ହାତୀଟିକୁ ଧକ୍କା ଦେଇଥିଲା । ଫଳରେ ହାତୀଟି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା । ଶନିବାର ଭୋର ସମୟରେ ହାତୀଟି ଟ୍ରେନ୍‌ ଲାଇନରେ ମରି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ଓ ରେଳ ବିଭାଗ ପୋଲିସ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଥିଲେ । ହାତୀର ମୃତ ଦେହକୁ ବନ ବିଭାଗ ପକ୍ଷରୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଜାରି ରହିଛି । ଦୁର୍ଘଟଣା ସ୍ଥଳଟି ହାତୀ ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ମାଲବାହୀ ଟ୍ରେନ୍‌ର ଦ୍ରୁତ ବେଗ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି।

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!