ଟାଟା ଷ୍ଟିଲ୍ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା

ଟାଟା ଷ୍ଟିଲ୍କୁ ନିକଟରେ ଭାରତର ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ଉପସଭାପତି (ମାନବ ସମ୍ବଳ ପରିଚାଳନା) ଅତ୍ରାୟୀ ସାନ୍ୟାଲ କହିଛନ୍ତି, ରାଣ୍ଡ୍ଷ୍ଟାଡ୍ ଏମ୍ପ୍ଲୟର ବ୍ରାଣ୍ଡ୍ ରିସର୍ଚ୍ଚ ୨୦୨୩ ସୂଚନା ଅନୁସାରେ ଭାରତର ୩ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତାଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ଆମେ ବେଶ୍ ଉତ୍ସାହିତ ।

ଏପରିକି ଟାଟା ଷ୍ଟିଲ୍ରେ ଆମେ ଏକ ଆକର୍ଷଣୀୟ କର୍ମଚାରୀ ମୂଲ୍ୟ ଉପସ୍ଥାପନା ସୃଷ୍ଟି କରିବା ଏବଂ ଅଭିବୃଦ୍ଧି ଓ ନବସୃଜନ ଆଗକୁ ବଢ଼ାଉଥିବା ଏକ ଅନ୍ତର୍ଭୁକ୍ତୀକରଣ ବିକାଶ କରିବାକୁ ଗୁରୁତ୍ୱ ଦେଉଛୁ। ଏହି ସମ୍ମାନ ଆମକୁ ଆମ ପ୍ରତିଭାବାନ କର୍ମଚାରୀଙ୍କଠାରେ ନିବେଶ କରିବା ଲାଗି ଅନୁପ୍ରାଣିତ କରିଥିବା ବେଳେ ଏକ ଅଗ୍ରଣୀ ବ୍ରାଣ୍ଡ୍ ଭାବେ ଆମ ସ୍ଥିତିକୁ ସୁଦୃଢ଼ କରିଛି, ଯାହା ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ।

କର୍ମଚାରୀମାନଙ୍କୁ ଏକ ଉଲ୍ଲେଖନୀୟ ପେସାଦାର ଯାତ୍ରା ଓ ଉନ୍ନତ ବ୍ୟକ୍ତିଗତ ଜୀବନ ପ୍ରଦାନ କରିବାକୁ ଟାଟା ଷ୍ଟିଲ୍ ପ୍ରତିବଦ୍ଧ ରହିଛି।
ଉଲ୍ଲେଖଯୋଗ୍ୟ, ରାଣ୍ଡ୍ଷ୍ଟାଡ୍ ଏମ୍ପ୍ଲୟର ବ୍ରାଣ୍ଡ୍ ରିସର୍ଚ୍ଚ (ଆର୍ଇବିଆର୍)-୨୦୨୩ ସୂଚନା ଅନୁସାରେ ଟାଟା ଷ୍ଟିଲ୍ ଭାରତର ଶ୍ରେଷ୍ଠ-୩ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି, ଯାହା କର୍ମଚାରୀମାନଙ୍କ ବିଶ୍ୱାସ, ଅଭିବୃଦ୍ଧି ଓ ଯତ୍ନର ସଂସ୍କୃତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଏପରିକି ଆର୍ଇବିଆର୍ ୨୦୨୨ ସୂଚୀ ଅନୁସାରେ ଟାଟା ଷ୍ଟିଲ୍ ଶ୍ରେଷ୍ଠ-୧୦ ସବୁଠୁ ଆକର୍ଷଣୀୟ ନିଯୁକ୍ତିଦାତା ମଧ୍ୟରେ ସ୍ଥାନ ପାଇଥିଲା। ଚଳିତ ବର୍ଷର ସର୍ବେକ୍ଷଣରେ ବିଶ୍ୱର ୩୨ବଜାରକୁ ସାମିଲ କରାଯାଇଥିଲା ଓ ଏଥିରେ ୧,୬୩,୦୦୦ଲୋକ ଅଂଶଗ୍ରହଣ କରିଥିଲେ। ବିଶେଷକରି ନିଯୁକ୍ତିଦାତା ଚୟନ ବେଳେ ଭାରତୀୟ କର୍ମଚାରୀମାନେ କର୍ମ-ଜୀବନ ସନ୍ତୁଳନ, ଭଲ ଲୋକପ୍ରିୟତା ଓ ଆକର୍ଷଣୀୟ ବେତନ ଓ ସୁବିଧା ସୁଯୋଗକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଥିଲା।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!