ବିଦେଶରେ ବିକ୍ରି ହେବ ପାରାଦୀପ ମାଛ

ପାରାଦୀପ ସମୁଦ୍ରରୁ ଧରା ହେଉଥିବା ମାଛ ଏଣିକି ‘ପାରାଦୀପ ବ୍ରାଣ୍ଡ’ରେ ବିକ୍ରି ହୋଇପାରେ ବିଦେଶରେ । ଫଳରେ ୟୁରୋପୀୟ ଦେଶ ଗୁଡିକରେ ପାରାଦୀପ ମାଛ ଭଲ ଦାମରେ ବିକ୍ରିବଟା ହୋଇପାରିବ । ଏଥିପାଇଁ ଆସନ୍ତା ୧୧ରୁ ୨୨ ତାରିଖ ମଧ୍ୟରେ ଓଡିଶା ଆସିବେ ୟୁରୋପିଅନ୍ ୟୁନିଅନ୍ ଟିମ୍ । ଏହି ଟିମ୍ ରାଜ୍ୟର ପ୍ରମୁଖ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଏବଂ ମାଛଧରା ବନ୍ଦରଗୁଡିକୁ ଅନୁଧ୍ୟାନ କରିବେ ।

ମାଛଧରା ବନ୍ଦରର ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଏବଂ ମାଛର ଗୁଣବତ୍ତା ପରଖିବେ । ପସନ୍ଦ ଆସିଲେ ଏଠାରୁ ମାଛ ଆମଦାନୀ କରିବେ । ରାଜ୍ୟ ତଥା ଦେଶକୁ ବୈଦେଶିକ ମୁଦ୍ରା ଆସିବ, ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟ ସହିତ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଜଡିତ ବ୍ୟକ୍ତି ଏବଂ ପ୍ରତିଷ୍ଠାନ ଆର୍ଥିକ ଲାଭବାନ ହେବେ ବୋଲି ଆଶା କରାଯାଉଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!