ଆଜି ଦିନିକିଆ ଢ଼େଙ୍କାନାଳ ଗସ୍ତରେ ଆସିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳପୁର ସ୍ଥିତ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଆୟୋଜିତ ‘ରକ୍ତଦାନ ଶିବିର’ରେ ଯୋଗଦେବା ସହ ବିଦ୍ୟାଳୟ ପରିସରରେ ‘ବୃକ୍ଷରୋପଣ’ କରିଛନ୍ତି । ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହାପରେ ସେ ଢ଼େଙ୍କାନାଳ ଯାଇ ସେଠାରେ ସର୍କିଟ ହାଉସରେ କିଛି ସମୟ ରହିବେ। ଅପରାହ୍ନ ରେ ଢ଼େଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

