ପାଣ୍ଡିଆନ ଗାଇଲେ କବିତା

କବିତା ମାଧ୍ଯମରେ କବିତାର ସଜ୍ଞା ଉପସ୍ଥାପନ କରିଛନ୍ତି ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ ଜଣେ କବି । ପ୍ରତ୍ଯେକ ଜୀବର ପ୍ରଥମ କବିତା ହେଉଛି ତା ହୃଦୟରୁ ବାହାରିଥିବା ପ୍ରଥମ ଶ୍ବାସ । ଦୁନିଆରେ ସବୁକଥା ମସ୍ତିଷ୍କରୁ ହୋଇଥାଏ । ହେଲେ କବିତା ଏକମାତ୍ର ଜିନିଷ ଯାହା ହୃଦୟରୁ ସୃଷ୍ଟି ହୋଇଥାଏ । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ଓଡ଼ିଆ କବି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ କବିତାର ସଜ୍ଞା ସମ୍ପର୍କରେ ଏକ ସାରଗର୍ଭକ କବିତା ଆବୃତି କରିଛନ୍ତି ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ମଞ୍ଚ ଉପରେ କବିତାର ଶୀର୍ଷକରେ କବିତା ଆବୃତ୍ତି କରିଥିଲେ ପାଣ୍ଡିଆନ । ସେ କହିଥିଲେ, ଜୀବନର ପ୍ରଥମ କବିତା ଶ୍ବାସ । ଅନ୍ତରର କବିତା ଜ୍ୟୋତି, ସମୁଦ୍ରର କବିତା ତରଙ୍ଗ । ସୌର୍ଯ୍ୟର କବିତା ଖାରବେଳ, ଜାଗରଣର କବିତା ଫକୀରମୋହନ, ଜ୍ଞାନର କବିତା ରାମକୃଷ୍ଣ, ତ୍ୟାଗର କବିତା ଗୋପବନ୍ଧୁ, ସେବାର କବିତା ମଦର ଟେରସା, ମହାନଦୀର କବିତା ଓଡ଼ିଶା । ଓଡ଼ିଶାର କବିତା ଓଡ଼ିଶୀ, ଓଲଚିକିର କବିତା ରଘୁନାଥ ମୁର୍ମୁ, ଅଲିମ୍ପିକ୍ସର କବିତା ହୁସେନ ବୋଲ୍ଟ । କ୍ରିକେଟର କବିତା ସଚିନ, ହକିର କବିତା ଦିଲ୍ଲୀପ , ସଂଗ୍ରାମର କବିତା ବୀର ସୁରେନ୍ଦ୍ର ସାଏ, ବୀରର କବିତା ସୁବାଷ ବୋଷ, ସାହସର କବିତା ବିଜୁ ପଟ୍ଟନାୟକ, ବଳୀଦାନର କବିତା ଅମର ସହିଦ, ବିବେକର କବିତା ବିବେକାନନ୍ଦ, କବିତାର କବିତା ରବି ଠାକୁର , କମ୍ପ୍ୟୁଟରର କବିତା ଆପଲ । ଅହିଂସାର କବିତା ମହାତ୍ମା, ଶୂନ୍ୟର କବିତା ଭୀମଭୋଇ, ସ୍ବଚ୍ଛତାର କବିତା ନବୀନ ପଟ୍ଟନାୟକ, ପ୍ରେମର କବିତା ତାଜମହଲ, ପ୍ରସ୍ତରର କବିତା କୋଣାର୍କ, ଭକ୍ତିର କବିତା ଶ୍ରୀମନ୍ଦିର, ଶ୍ରେଷ୍ଠ କବିତା କୃଷ୍ଣ । କୃଷ୍ଣର କବିତା ଜଗତ ଏବଂ ଜଗତର କବିତା ଜଗନ୍ନାଥ । ପାଣ୍ଡିଆନଙ୍କ କବିତା ଆବୃତ୍ତିରେ ମୁଗ୍ଧ ହୋଇଯାଇଥିଲେ ଉପସ୍ଥିତ ଶ୍ରୋତାଗଣ । ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନଙ୍କ ଅବଦାନକୁ ବେଶ୍ ପ୍ରଂଶସା କରିଥିଲେ ସାଂସଦ ତଥା କିଟର ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ । ସେ କହିଥିଲେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଏକ ପ୍ରମୁଖ ଉପଲବ୍ଧି । କର୍ମ ହିଁ ଜଣେ ବ୍ୟକ୍ତିର ଜୀବନର ଅସଲ ପରିଚୟ । ଏହି ଉକ୍ତିର ସାର୍ଥକ ପରିଚୟ ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଭୌତିକ, ଆଧ୍ଯାତ୍ମିକ ଓ ସାଂସ୍କୃତିକ ଉପାଦାନକୁ ନେଇ ମୁଖ୍ଯମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରି ସେ ଓଡ଼ିଶାର ସାମଗ୍ରିକ ବିକାଶ କରୁଛନ୍ତି । ଯିଏ ଓଡ଼ିଶାର ସେବାକଲା ତାଙ୍କୁ ଏ ଜାତି ସ୍ନେହଁ, ଶ୍ରଦ୍ଧା ସମ୍ମାନ ଦେବାରେ ଏବେ କୁଣ୍ଠାବୋଧ କରେନି । ଏହା ହିଁ ଓଡ଼ିଆ ଜାତିର ସୌନ୍ଦର୍ଯ୍ୟ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଭବ୍ଯ ଆୟୋଜନରେ କାର୍ତ୍ତିକ ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ । ଭୂମିରୁ ଭାଷା ପର୍ଯ୍ୟନ୍ତ , ନବସୃଜନଠୁ ରୂପାନ୍ତରଣ, ମନ୍ଦିରଠୁ ଆଧୁନିକ ନିର୍ମାଣ ପର୍ଯ୍ୟନ୍ତ ତାଙ୍କ ଅବଦାନ ଚିରସ୍ମରଣୀୟ । ଏହି ଅବସରରେ ପାଣ୍ଡିଆନ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା, ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟଙ୍କ ସହ ସାହିତ୍ୟ ଓ କଳା କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ ।

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!