ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ଜେପି ନଡ୍ଡା

ପୁରୀରେ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଜା କାର୍ଯ୍ୟକାରିଣୀକୁ ଉଦଘାଟନ କରିଥିବା ବେଳେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ ଆଗାମୀ ଦିନରେ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିନେଇ ମାନସ ମନ୍ଥନ କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହା କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ବିଜେପି ସବୁବେଳେ ଉଦ୍ୟମ ଜାରି ରଖିବ। ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବ ନାହିଁ। ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି। ଆପଣମାନେ ୨୦ ସିଟ୍‌ ଦେଇଛନ୍ତି। ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ୍‌ ସହ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି ।

ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ଏଥି ପାଇଁ ଶ୍ରୀ ନଡ୍ଡା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରାଣାମ ଜଣାଉଛି। ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି। ଏନ୍‌ଡିଏ ନେତୃତ୍ବରେ ୧୮ଟି ରାଜ୍ୟରେ ସରକାର ଚାଲିଛି। ଦେଶର ୫୭ ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି। କଂଗ୍ରେସ ଅନ୍ୟର ଭରସାରେ ବଞ୍ଚିଛି। ଅମରି ଲତା ଭଳି ବଢୁଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଭାରତ ଆତ୍ମନିର୍ଭରଶୀଳ ଦିଗରେ ଆଗକୁ ବଢୁଛି। କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ ମେଡ୍‌ ଇନ୍‌ ଜାପାନ, ମେଡ ଇନ୍‌ ଚାଇନା, ମେଡ୍‌ ଇଡି ତାଇୱାନ ଲେଖାଯାଉଥିଲା। ଏବେ କିନ୍ତୁ ଭାରତରେ ମୋବାଇଲ ମୋବାଇଲ ଉତ୍ପାଦନ ହେଉଛି। ଆପଣମାନେ ବ୍ୟବହାର କରୁଥିବା ମୋବାଇଲ୍‌ରେ ମେଡ୍‌ ଇନ୍‌ ଇଣ୍ଡିଆ ଲେଖା ରହୁଛି। କେବଳ ମୋବାଇଲ୍‌ ନୁହେଁ। ବରଂ ଅଟୋ ମୋବାଇଲ ସେକ୍ଟରରେ ମଧ୍ୟ ଭାରତର ବିକାଶ ହୋଇଛି। ବିଶ୍ବର ତୃତୀୟ ସର୍ବବୃହତ୍ତ ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ଭାରତ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଓଡ଼ିଶାର ସମସ୍ତ ବିଜେପି ସାଂସଦ, ରାଜ୍ୟର ସମସ୍ତ ବିଜେପି ବିଧାୟକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ କୁମାର ମହାନ୍ତି ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି।

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!