ବିଶ୍ବର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଦୌଡ଼ରେ ନୀରଜ

ବିଶ୍ବ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷ ପାଇଁ ବିଶ୍ବର ଶ୍ରେଷ୍ଠ ପୁରୁଷ କ୍ରୀଡ଼ାବିତ୍‌ ପୁରସ୍କାର ଦୌଡ଼ରେ ଅଛନ୍ତି। ମଙ୍ଗଳବାର ବିଶ୍ବ ଦୌଡ଼କୁଦ ମହାସଂଘ ୫ ଜଣ ଆଶାୟୀ କ୍ରୀଡ଼ାବିତ୍‌ଙ୍କ ନାମ ଘୋଷଣା କରିଛି।

ଏହି କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ନୀରଜଙ୍କ ସମେତ ଆମେରିକାର ରିୟାନ କ୍ରୋଜର (ସଟ୍‌ପୁଟ୍‌) ଓ ନୋଆ ଲିଲେସ୍‌ (ଦୌଡ଼), ସ୍ବିଡେନର ମଣ୍ଡୋ ଡୁପ୍ଲାଣ୍ଟିସ୍‌ (ପୋଲ୍‌ ଭଲ୍ଟ), ଓ କେନିୟାର କେଲଭିନ କିପ୍ଟମ (ମାରାଥନ୍‌) ସ୍ଥାନ ପାଇଛନ୍ତି।

ବିଜେତାଙ୍କ ନାମ ଡିସେମ୍ବର ୧୧ରେ ଘୋଷଣା କରାଯିବ। ଏଥିପାଇଁ ବିଜେତା ବାଛିବାକୁ ତ୍ରିସ୍ତରୀୟ ଭୋଟିଂ ବ୍ୟବସ୍ଥା କରାଯାଇଛି। ବିଶ୍ବ ଦୌଡ଼କୁଦ ପରିଷଦ ଓ ବିଶ୍ବ ଦୌଡ଼କୁଦ ପକ୍ଷରୁ ଇ-ମେଲ୍‌ ଜରିଆରେ ଭୋଟିଂ କରାଯିବ।

Post Views61 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!