ରିଟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଲେ ଗିଲ

ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ୨୩ତମ ଓଭରରେ ଶୁଭମନ ଗିଲ ହାମଷ୍ଟ୍ରିଂ ଯୋଗୁ ରିଟାର୍ଡ ହର୍ଟ ହୋଇ ପାଭିଲିୟନକୁ ଫେରିଥିଲେ। ସେ ଖୁବ୍‌ ଯନ୍ତ୍ରଣା ଭୋଗୁଥିବାରୁ ଅଧିନାୟକ ରୋହିତ ଶର୍ମା ତାଙ୍କୁ ପାଭିଲିୟନକୁ ଫେରିଆସିବାକୁ କହିଥିଲେ।

ଶ୍ରେୟସ ଆୟର ତାଙ୍କ ସ୍ଥାନରେ ଆସିଛନ୍ତି। ରିଟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିବା ବେଳକୁ ଗିଲ ୬୫ ବଲ୍‌ରେ ୭୯ ରନ୍‌ କରିଥିଲେ।

ତାଙ୍କ ପୂର୍ବରୁ ରୋହିତ ଶର୍ମା ୨୯ ବଲ୍‌ରେ ୪୭ ରନ୍‌ କରିଥିଲେ।ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ୍‌ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲା।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!