ଫାଇନାଲ ଖେଳିବେନି ବିନେଶ ଫୋଗାଟ

ଅଲିମ୍ପିକ୍ସରେ ଭାରତ ହାତ ଛଡା କରିଛି ଆଉ ଏକ ନିଶ୍ଚିତ ପଦକ । କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ ଝଟକା । ଧାର୍ଯ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ । ମିଳିଥିବା ସୂଚନା ମୁତାବକ, ବିନେଶ ଫୋଗାଟ୍ ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ହେଇଥିଲେ, ଏହି କାରଣରୁ ତାଙ୍କୁ ଡିସକ୍ୱାଲିଫାଏ କରାଯାଇଛି । ଧାର୍ଯ୍ୟ ଓଜନଠାରୁ ତାଙ୍କର ଓଜନ ୧୦୦ ଗ୍ରାମ ବଢିଥିବାରୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ।

ଗତକାଲି ୫୦ କେଜି ବର୍ଗରେ ସେମିଫାଇନାଲ ଜିତି ଫାଇନାଲରେ ପ୍ରବେଶ କରିଥିଲେ ବିନେଶ ଫୋଗାଟ୍ । ଯାହାପରେ ଭାରତର ଆଉ ଏକ ପଦକ ପକ୍କା ହେଇଥିଲା । ହେଲେ ଏହାପରେ ଆଜି ଏହି ବଡ ଖବର ସାମ୍ନାକୁ ଆସିଛି । ଯାହାଫଳରେ ଭାରତର ଏକ ନିଶ୍ଚିତ ପଦ ହାତଛଡା ହେଇଛି ।

Post Views65 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!