ବାଂଲାଦେଶରେ ଫସିଛନ୍ତି ୧୯ହଜାର ଭାରତୀୟ

ବାଂଲାଦେଶ ସଙ୍କଟ ନେଇ ଆଜି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଲୋକସଭାରେ ଟିପ୍ପଣୀ ରଖିଛନ୍ତି। ଜୟଶଙ୍କର କହିଛନ୍ତି, ବାଂଲାଦେଶରେ ଏବେ ପ୍ରାୟ ୧୯ ହଜାର ଭାରତୀୟ ଫସିଛନ୍ତି ଏବଂ ସେମାନଙ୍କ ମଧ୍ୟରେ କେବଳ ୯ ହଜାର ଛାତ୍ର ଅଛନ୍ତି। ଜୟଶଙ୍କର କହିଛନ୍ତି, ବାଂଲାଦେଶରେ ଥିବା‌ ଅନେକ ଭାରତୀୟ ଛାତ୍ର ନିକ‌ଟରେ ଭାରତ ଚାଲି ଆସିଥିଲେ।

କୋଟା ଆନ୍ଦୋଳନ ହିଂସାର ରୂପ ନେବାପରେ ସେମାନେ ଭାରତ ଫେରିଥିଲେ। ଏବେ ଆହୁରି ୯ ହଜାର ଭାରତୀୟ ଛାତ୍ର ବାଂଲାଦେଶ‌ରେ ଅଛନ୍ତି। ଜୟଶଙ୍କର କହିଛନ୍ତି, ଆମେ ବାଂଲାଦେଶରେ ଥିବା ଭାରତୀୟ ସମ୍ପ୍ରଦାୟ ସହ ଲଗାତାର ଯୋଗାଯୋଗ ରଖିଛୁ ଏବଂ ବାଂଲାଦେଶ ସ୍ଥିତିକୁ ଅତ୍ୟନ୍ତ ଭଲଭାବେ ଯାଞ୍ଚ କରୁଛୁ। ବାଂଲାଦେଶରେ ଆଇନ ଶୃଙ୍ଖଳା ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଆମେ ପରିସ୍ଥିତି ଉପରେ ଅହରହ ନଜର ରଖିବୁ ବୋଲି ସେ କହିଛନ୍ତି।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!