ପୁଣି ଥରେ ରାଜ୍ୟସଭା ଯାଇପାରନ୍ତି ମମତା

ରାଜ୍ୟସଭା ପଦରୁ ମମତା ମହନ୍ତ ଇସ୍ତଫା ଦେବା ପରେ ଖାଲି ପଡିଛି ଆସନ। ତେଣୁ ମମତାଙ୍କ ସ୍ଥାନରେ ରାଜ୍ୟସଭାକୁ କିଏ ଯିବେ ? ମମତା ମହନ୍ତଙ୍କୁ ବିଜେପି ପଠାଇବ ନା ଦଳର ଅନ୍ୟ କୌଣସି ବରିଷ୍ଠ ନେତାଙ୍କୁ ବିଜେପି ରାଜ୍ୟସଭାକୁ ପଠାଇବ ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ରାଜ୍ୟସଭାକୁ କିଏ ଯିବେ ଚର୍ଚ୍ଚା ଭିତରେ ଗୋଟିଏ ଫଟୋ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି। ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହାଙ୍କୁ ମମତା ମହନ୍ତ ଭେଟିବା ଚର୍ଚ୍ଚାର ବିଷୟ ହୋଇଛି। ଆଲୋଚନା ହେଉଛି, ବିଜେପି ଟିକେଟରୁ ପୁଣି ଥରେ ରାଜ୍ୟସଭାକୁ ପଠାଇବା ପୂର୍ବରୁ ଏ ହେଉଛି ସୌଜନ୍ୟମୂଳକ ସାକ୍ଷାତ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମମତା ଭେଟି ଆଲୋଚନା କରିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଦିଲ୍ଲୀରୁ ଫେରିବା ପରେ ମମତା ଏହି ଆଲୋଚନାକୁ ସିଧାସଳଖ ଗ୍ରହଣ କରିନାହାନ୍ତି ।

ରାଜ୍ୟସଭାରେ ଓଡିଶା କୋଟାରେ ଥିବା ୧୦ ଟି ଆସନରୁ ବିଜେଡି ପାଖରେ ଥିଲା ୯ଟି । କିନ୍ତୁ ମମତା ମହନ୍ତ ସମସ୍ତଙ୍କୁ ଚମକାଇ ଦେଇ ଅଚାନକ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ମମତା ମହନ୍ତ ଇସ୍ତଫା ଦେବା ପରେ ଗୋଟିଏ ଆସନ ଖାଲି ହୋଇଛି। ଆଉ ସେହି ଆସନ ବିଜେପି ହାତକୁ ଯିବା ଏକପ୍ରକାର ସ୍ପଷ୍ଟ। ତେଣୁ ମମତା ଦଳର ପ୍ରଥମ ପସନ୍ଦ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପଦ ଖାଲି ହେବା ପରେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚା ସବୁଠୁ ଆଗରେ ରହିଛି। ସେହିପରି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ମଧ୍ୟ ରେସରେ ରହିଛି। ତେବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କାହା ଉପରେ ଭରସା କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!