୧୫ ବର୍ଷର ବ୍ୟବଧାନ ପରେ ଜିନ୍ଦଲ ଷ୍ଟେନ୍‌ଲେସ ର ବଡ ସଫଳତା

ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ପେମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି।

ଏପରିକି ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ଜିନ୍ଦଲ ଷ୍ଟେନ୍‌ଲେସ ହିସାର ଲିମିଟେଡ୍‌ (ଜେଏସ୍‌ଏଚ୍‌ଏଲ୍‌)ର ସଫଳ ମିଶ୍ରଣ ପରେ ଏହା ହେଉଛି କମ୍ପାନୀ (ଜେଏସ୍‌ଏଲ୍‌)ର ପ୍ରଥମ ଡିଭିଡେଣ୍ଡ ବୋଲି ଜେଏସ୍‌ଏଲ୍‌ ପକ୍ଷରୁ କୁହାଯାଉଛି। ଏପରିକି ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷ ପାଇଁ କମ୍ପାନୀର ପ୍ରତି ଶେୟାର ମୂଲ୍ୟ ୨ ଟଙ୍କା ସହିତ ଇକ୍ୱିଟି ଶେୟାର ପ୍ରତି ୧ ଟଙ୍କା ରହିଛି।

ଏହାର ଦେୟ ପାଇଁ ସଦସ୍ୟଙ୍କ ଅଧିକାର ନିର୍ଣ୍ଣୟ କରିବାର ରେକର୍ଡ ୨୦୨୩ ଏପ୍ରିଲ ୨୮ ଭାବେ ସ୍ଥିର କରାଯାଇଛି। ବିଶେଷକରି ଡିଭିଡେଣ୍ଡ ୨୦୨୩ ମେ ୧୭ ପୂର୍ବରୁ ପ୍ରଦାନ କରାଯିବ।

ନଚେତ୍‌ ଏହାର ଅନୁମୋଦନ ହେବାର ୩୦ ଦିନ ମଧ୍ୟରେ ସ୍ବୀକୃତି ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ଏହାର ସମୁଦାୟ ଦେୟ ୮୨.୩୪ କୋଟି ଟଙ୍କା ରହିଛି, ଯାହା କମ୍ପାନୀର ମୋଟ ଇକ୍ୱିଟି ଶେୟାର ସହିତ ସମାନ ବୋଲି ଆକଳନ କରାଯାଉଛି।

ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏହି ସ୍ବତନ୍ତ୍ର ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ଆମର ସମସ୍ତ ଅଂଶୀଦାରଙ୍କ ପାଇଁ କୃତଜ୍ଞତାର ଏକ ପରିଚୟ। ଯେଉଁମାନେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଅଭିବୃଦ୍ଧିର ଏକ ଅଂଶ ହୋଇସାରିଛନ୍ତି। ଆମେ ସଫଳତାର ସହ ବାହାରକୁ ଆସିଛୁ।
ସେହିଭଳି ସିଡିଆର୍‌ ଏବଂ ଦୁନିଆର ସବୁଠୁ ବଡ଼ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କମ୍ପାନୀଗୁଡିକର ଲିଗ୍‌ରେ ମଧ୍ୟ ସ୍ଥାନିତ ହୋଇଛୁ। ଏପରିକି ମିଶ୍ରଣ ପ୍ରକ୍ରିୟାର ସଫଳ ସମାପ୍ତି ଏବଂ ମିଶ୍ରିତ ସଂସ୍ଥାର ନୂତନ ଅଂଶଧନ ତାଲିକାରେ ମଧ୍ୟ ଏହି ଘୋଷଣା ରହିଛି

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!