ଟାଟା ଷ୍ଟିଲ୍‌କୁ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ

ଟାଟା ଷ୍ଟିଲ୍‌କୁ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି।ଅଷ୍ଟ୍ରିଆର ଭିଏନାରେ ଅନୁଷ୍ଠିତ ସ୍ବତନ୍ତ୍ର ସାଧାରଣ ବୈଠକରେ ଏ ନେଇ ମଧ୍ୟ ଘୋଷଣା କରାଯାଇଛି।

ଏପରିକି ଲଗାତର ଷଷ୍ଠ ବର୍ଷ ପାଇଁ ୱାର୍ଲଡ୍‌ ଷ୍ଟିଲ୍‌ ଆସୋସିଏସନ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୦୨୩ ଷ୍ଟିଲ୍‌ ସଷ୍ଟେନବିଲିଟି ଚାମ୍ପିୟନ ମାନ୍ୟତା ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ଟି.ଭି.ନରେନ୍ଦ୍ରନ କହିଛନ୍ତି, ସଷ୍ଟେନବିଲିଟି କେବଳ ଏକ ନୈତିକ ଆବଶ୍ୟକତା ନୁହେଁ ଏହା ଏକ ବ୍ୟବସାୟ ସୁଯୋଗ ବୋଲି ଆମେ ବିଶ୍ୱାସ କରିଥାଉ।

ସେହିଭଳି ଜଳବାୟୁ ପରିବର୍ତ୍ତନ ଆହ୍ବାନର ମୁକାବିଲା କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ଭବିଷ୍ୟତ ସୃଷ୍ଟି କରିବା ଲାଗି ଆମେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ବିଶ୍ୱ ଇସ୍ପାତ ଶିଳ୍ପର ଏକ ଅଂଶ ହୋଇଥିବାରୁ ଆମେ ବେଶ୍‌ ଗର୍ବିତ ବୋଲି ନରେନ୍ଦ୍ରନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ପ୍ରତିବର୍ଷ ଟାଟା ଷ୍ଟିଲ୍‌କୁ ଏହି ମାନ୍ୟତା ମିଳୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ସଷ୍ଟେନେବିଲିଟି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିବା ଏକ ବିଶ୍ୱସ୍ତରୀୟ ଇସ୍ପାତ ନିର୍ମାତା ଭାବେ ନିଜର ଅଗ୍ରଣୀ ସ୍ଥାନକୁ ବଜାୟ ରଖିବା ଲାଗି ଟାଟା ଷ୍ଟିଲ୍‌ର ଉଦ୍ୟମ ପ୍ରତି ଏହି ସମ୍ମାନଜନକ ପୁରସ୍କାର ଏକ ସ୍ବୀକୃତି ବୋଲି କୁହାଯାଉଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!