ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍‌ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍‌ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍‌ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।

ଟ୍ରେନ୍‌ ଉପରକୁ ଗୁଳିମାଡ଼ । ନନ୍ଦନକାନନ ଏକ୍ସପ୍ରେସ ଉପରେ ହୋଇଛି ଗୁଳିମାଡ଼ । ତେବେ ଏହି ଗୁଳିମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମିଳିଛି । ଭଦ୍ରକ ଓ ବାଉଦପୁର ସେକ୍ସନ ମଝିରେ ନନ୍ଦନକାନନ ଏକ୍ସପ୍ରେସ୍‌ ଉପରକୁ ଗୁଳିମାଡ଼ ହୋଇଛି । ଭଦ୍ରକ ଷ୍ଟେସନର ୧୧୯ ନଂ ଗେଟ୍‌ ନିକଟରେ ନନ୍ଦନକାନନ ଏକ୍ସପ୍ରେସର ଟ୍ରେନକୁ ଗୁଳିମାଡ଼ ହୋଇଛି । ଟ୍ରେନ୍ ଉପରକୁ ୨ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଗାର୍ଡ କହିଛନ୍ତି । ତେବେ ଏହି ଗୁଳିମାଡ଼ରେ ଗାର୍ଡ ବଗିର ୱିଣ୍ଡୋ କାଚ ଭାଙ୍ଗିଯାଇଛି । ଟ୍ରେନ୍‌କୁ ଗୁଳିମାଡ଼ ହେବା ପରେ ଘଟଣାସ୍ଥଳରେ ଆରପିଏଫ୍‌ ଓ ସ୍ଥାନୀୟ ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!