ହସ୍ପିଟାଲରେ ଭର୍ତ୍ତି ହେଲେ ଲାଲକୃଷ୍ଣ ଆଡଭାନୀ

ବିଜେପିର ବରିଷ୍ଠନେତା ଲାଲକୃଷ୍ଣ ଆଡଭାନୀ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ପୂର୍ବରୁ ଏକମାସ ତଳେ ସେ ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ସକାଳେ ଲାଲ କୃଷ୍ଣ ଆଡଭାନୀଙ୍କୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ସ୍ନାୟୁବିଜ୍ଞାନ ବିଭାଗରେ ଭର୍ତ୍ତି କରାଯାଇଛି।

୯୬ ବର୍ଷ ବୟସ୍କ ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ତାଙ୍କର ଚିକିତ୍ସା କରୁଥିବା ନ୍ୟୁରୋଲୋଜିଷ୍ଟ ଡାକ୍ତର ଭୀନିତ ସୁରି ସୂଚନା ପ୍ରଦାନ କରିଛନ୍ତି। ଗତମାସରେ ଆପୋଲୋରେ ଭର୍ତ୍ତି କରାଯିବା କିଛି ଦିନ ପୂର୍ବରୁ ତାଙ୍କୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା।ଆଡଭାନୀ ୨୦୦୨ ରୁ ୨୦୦୪ପର୍ଯ୍ୟନ୍ତ ଭାରତର ଉପମୁଖ୍ୟମନ୍ତ୍ରୀ ଏବଂ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ। ତାଙ୍କ ତୃତୀୟ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଭେଟିଥିଲେ। ଲାଲ କୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। ମାର୍ଚ୍ଚରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାସଭବନରେ ଏହି ସମ୍ମାନ ପ୍ରଦାନ କରିଥିଲେ।

 

Post Views30 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!