ପୀତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ବଡ଼ ଦାୟିତ୍ବ । ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି । ତାଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଆଇନ ବିଭାଗ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି।

ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। ଆଇନ୍ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଭାରତର ସମ୍ବିଧାନ ଧାରା ୧୬୫, ଖଣ୍ଡ (୧) ଅନୁଯାୟୀ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତି ଦେଇଛନ୍ତି।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାସେ ଅତିକ୍ରମ କରିଛି। ଆଜି ଯାଏଁ ଏଜି ନିଯୁକ୍ତି ହୋଇ ନଥିବାରୁ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଉଥିଲା । କାରଣ ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ମୋହର ମାରିଛନ୍ତି।

Post Views67 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!