ଯବାନ ବିବାହର ମାତ୍ର ତିନି ଦିନ ପରେ ଫେରିଲେ ଯୁଦ୍ଧ କ୍ଷେତ୍ରକୁ

ଛୁଟି ଆସିଥିବା ଜଣେ ଭାରତୀୟ ଯବାନ ବିବାହର ମାତ୍ର ତିନି ଦିନ ପରେ ଫେରିଛନ୍ତି ଯୁଦ୍ଧ କ୍ଷେତ୍ରକୁ ।

ମହାରାଷ୍ଟ୍ରର ମନୋଜ ପଟେଲ…ସ୍ଥଳସେନାରେ କାର୍ଯ୍ୟରତ । ବିବାହ କରିବା ପାଇଁ ଛୁଟି ନେଇ ଆସିଥିଲେ ଘରକୁ । ପରିବାର ବନ୍ଧୁ ବାନ୍ଧବଙ୍କ ମେଳରେ ଖୁବ୍‌ ଧୁମ୍‌ ଧାମ୍‌ରେ କଲେ ବିବାହ ହେଲେ ଦେଶରେ ଯୁଦ୍ଧ ପରିସ୍ଥିତି ଭିତରେ ଆସିଲା ଛୁଟି ବାତିଲର ଖବର । ଜଣେ ଯବାନ ପାଇଁ ପରିବାର ପଛ କିନ୍ତୁ ଦେଶର ସୁରକ୍ଷା ଆଗ,ସେଥିପାଇଁ ସଙ୍ଗେ ସଙ୍ଗେ ବାହାରିଗଲେ ମନୋଜ । ଆଖିରେ ଆଖିଏ ଲୁହ ଆଉ ମନରେ କୋହ ଧରି ପୁଅ ମନୋଜଙ୍କୁ ରଣକ୍ଷେତ୍ରକୁ ପଠାଇଛନ୍ତି ତାଙ୍କ ପରିବାର ।

ସ୍ୱାମୀଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇବା ସମୟରେ ନବ ବିବାହିତା ପତ୍ନୀ କହିଥିବା ପଦେ କଥାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍ ଚର୍ଚ୍ଚା । ଲୁହଭରା ଆଖିରେ ମନୋଜଙ୍କ ପତ୍ନୀ କହିଛନ୍ତି,ଦେଶର ସୁରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରକୁ ମୁଁ ମୋ ସିନ୍ଦୂର ପଠାଉଛି ।

Post Views9 Total Count

Apply Now


This will close in 0 seconds

error: Content is protected !!