ଆଜି ସନ୍ଧ୍ୟା ୫ଟାରୁ ଲାଗୁ ହେଲା ଅସ୍ତ୍ରବିରତି, ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ।ଆଜି ଅପରାହ୍ନରେ ହୋଇଥିଲା ଡିଜିଏମଓ ସ୍ଥରୀୟ ଆଲୋଚନା ।ଉଭୟ ଭାରତ ଓ ପାକିସ୍ତାନ କୌଣସି ପ୍ରକାର ସାମରିକ କାର୍ଯ୍ୟକଳାପ ନ କରିବାକୁ ରାଜି ହୋଇଥିବା ସୂଚନା ।ଅସ୍ତ୍ରବିରତି ପାଇଁ ଉଭୟ ଭାରତ ଓ ପାକିସ୍ତାନ ରାଜି, ଟ୍ୱିଟର ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।ଉଭୟ ଦେଶ ସହ ସେ ଆଲୋଚନା କରିଥିବା କହିଛନ୍ତି ଟ୍ରମ୍ପ । ଉଭୟ ଭାରତ ଓ ପାକିସ୍ତାନକୁ ଧନ୍ୟବାଦ ଜଣାଇଲେ ଶ୍ରୀ ଟ୍ରମ୍ପ ।

