ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ଟପ୍-୫ ଆତଙ୍କୀଙ୍କୁ ମାରି ଗଡ଼ାଇଛି । ଏଥିରେ ଲସ୍କର ଆତଙ୍କୀ ମୁଦସ୍ତର ଖାଦିୟାନ ବି ସାମିଲ ଅଛି ଯାହାକୁ ଆତଙ୍କୀସ୍ତାନ ପୁରସ୍କାର ଦେଇଥିଲା ।
ମୃତ ଆତଙ୍କୀଙ୍କ ତାଲିକାରେ ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ଶାଳକ ମଧ୍ୟ ସାମିଲ ଅଛନ୍ତି । ମହମ୍ମଦ ୟୁସୁଫ ଅଜହରର ନାଁ ମଧ୍ୟ ଏହି ତାଲିକାରେ ରହିଛି ।
ଏହି ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ବୋମା ବିସ୍ଫୋରଣ କରିଥିବାର ଖବର ମଧ୍ୟ ରହିଛି । ଇଣ୍ଡିଆନ୍ ଏୟାରଲାଇନ୍ସର ଆଇସି-୮୧୪ କୁ ହାଇଜ୍ୟାକ୍ କରିବା ପଛରେ ମଧ୍ୟ ଏହି ଆତଙ୍କୀର ହାତ ଥିଲା ।

