ପଦ୍ମଶ୍ରୀ କମଳା ପୂଜାରୀ ଙ୍କ ପରଲୋକ

ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ କଟକ ଏସବିରେ ପଦ୍ମଶ୍ରୀ କମଳା ପୂଜାରୀ ଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ବାରମ୍ୱାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। ୨ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ସେ କଟକ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

କମଳା ପୂଜାରୀ କୋରାପୁଟ ଜିଲ୍ଲାର ପାତ୍ରପୁଟ ଗାଁର ଜଣେ ପଦ୍ମଶ୍ରୀ ସମ୍ମାନିତ ଚାଷୀ । ସେ ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି,ସେଗୁଡିକର ସଂରକ୍ଷଣ କରିପାରିଛନ୍ତି । ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ।

Post Views66 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!