ବନ୍ଧା ହେଲେ ୭୦ ବର୍ଷୀୟ ଲଲ୍ଲନ ଖାନ୍। ଅଭିଯୁକ୍ତ ସିରାଜ ଅହମ୍ମଦ ଓରଫ୍ ଲଲ୍ଲନ ଖାନ୍ ଓ ତାଙ୍କ ପୁଅ ଫରାଜ ଖାନ୍ଙ୍କୁ ଗିରଫ କରିଛି।ମାଳିହାବାଦ ଥାନା ଅନ୍ତର୍ଗତ ରହମତନଗର ଗାଁରେ ଜମି ଭାଗ ବଣ୍ଟାକୁ ନେଇ ବିବାଦ ଦେଖାଦେଇଥିଲା। ଏଥିରେ ଏହି ବାପ-ପୁଅ ନିଜର ୩ ଜଣ ସମ୍ପର୍କୀୟଙ୍କୁ ଗୁଳିକରି ହତ୍ୟା କରିଥିଲେ।
ପୁଲିସ ଏବେ ଏହି ବାପା-ପୁଅଙ୍କୁ ଗିରଫ କରି ଉଭୟଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅଧିନରେ ମାମଲା ରୁଜୁ କରିଛି।ସୂଚନା ଅନୁଯାୟୀ, ମୁନୀର, ଫରହିନ୍ ଓ ତାଙ୍କ ପୁଅ ହଞ୍ଜାଲାଙ୍କୁ ଜମିବାଡ଼ି ବିବାଦରେ ହତ୍ୟା କରାଯାଇଥିଲା।
ଫରହିନଙ୍କ ଦାଦା ଲଲ୍ଲନ, ତାଙ୍କ ପୁଅ ଫରାଜ ଏବଂ ଅନ୍ୟମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସେମାନଙ୍କ ମଧ୍ୟରେ ବିବାଦୀୟ ଜମିକୁ ନେଇ ଏସ୍ ଡିଏମ୍ କୋର୍ଟରେ ମାମଲା ଚାଲିଥିଲା।

