ଲଢୁଆ ନେତା ପ୍ରଦୀପ ମାଝି

ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିଛି ଶାସକ ଦଳ ବିଜେଡି । ପ୍ରଦୀପ ମାଝୀ କେବଳ ନବରଙ୍ଗପୁର ନୁହେଁ ସାରା ଓଡିଶା ରାଜନୀତିରେ ଜଣେ ଆଦିବାସୀ ଯୁବ ଚେହେରା ଭାବେ ଜଣାଶୁଣା । ପ୍ରଦୀପ ମାଝୀ ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକର ଟଲିଆମ୍ବଗୁଡା ଗାଁରେ ୨୨ ଫେବୃଆରୀ ୧୯୭୬ ରେ ଜନ୍ମଗ୍ରହଣ କରିଥିଲେ । । ତାଙ୍କ ବାପାଙ୍କ ନାମ ଭଗବାନ ମାଝୀ ଓ ମାଆଙ୍କ ନାମ ସବର୍ଣ୍ଣୋ ପ୍ରସାଦ ମାଝୀ । ସେ  ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ଭୁବନେଶ୍ବରରୁ ତାଙ୍କର +୨ ପାଠପଢ଼ା ଶେଷ କରିବା ପରେ କୋରପୁଟର ଜୟପରସ୍ଥିତ ବିକ୍ରମ ବେଦ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ । ଏହାପରେ ସେ କମ୍ୟୁଟର ଆପ୍ଲିକେସନ୍‌ରେ ଆଡ୍‌ଭାନ୍ସ ଡିପ୍ଲୋମା କରିବା ପାଇଁ ଦିଲ୍ଲୀ ଯାଇଥିଲେ ।

ବାପା ଭଗବାନ ମାଝୀ ଜନତା ଦଳରୁ ରାଜ୍ୟସଭାକୁ ଯାଇଥିଲେ । କିନ୍ତୁ ପ୍ରଦୀପ ମାଝୀ ନିଜର ରାଜନୈତିକ କ୍ୟାରିଅର କଂଗ୍ରେସରୁ ଆରମ୍ଭ କରିଥିଲେ ।୨୦୦୭ ମସିହାରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇ ଅଧ୍ୟକ୍ଷ ହୋଇଥିବାବେଳେ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ନବରଂଗପୁରରୁ ଲଢିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହେବା ପରେ ୩୨ ବର୍ଷ ବୟସରେ ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟଙ୍କ ସଭାପତି ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ । ଓଡ଼ିଶା ଯୁବ କଂଗ୍ରେସର ସଭାପତି ଭାବରେ ପ୍ରଦୀପ ମାଝୀ ଓଡ଼ିଶାରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ । ସାରା ରାଜ୍ୟରେ ‘ଟାଲେଣ୍ଟ ହଣ୍ଟ’ର ଆୟୋଜନ କରି ଯୁବଗୋଷ୍ଠୀଙ୍କୁ କଂଗ୍ରେସ ଦଳରେ ଯୋଗ ଦେବାକୁ ପ୍ରେରିତ କରିଥିଲେ ।

ଏହା ପରେ ଦଳରେ ତାଙ୍କର ପ୍ରଭାବ ବଢିବା ସହ ସେ ଦଳ ଜଣେ ଜାତୀୟ ସ୍ତରୀୟ ଚେହେରାରେ ପରିଣତ ହୋଇଥିଲେ । ଏପରିକି ରାହୁଲ ଗାନ୍ଧୀଙ୍କ କୋର ଗ୍ରପ ସଦସ୍ୟ ଭାବେ ତାଙ୍କୁ ଦେଖିବାକୁ ମିଳିଥିଲା । ପିସିସିର କାର୍ଯ୍ୟକାରୀ ସଭାପତି, ଯୁବ କଂଗ୍ରେସ ସଭାପତି ଆଦି ପ୍ରମୁଖ ସାଂଗଠନିକ ପଦରେ କାର୍ଯ୍ୟନିର୍ବାହ କରିଥିଲେ ପ୍ରଦୀପ ମାଝୀ । ୨୦୨୧ ରେ ସେ ବିଜେଡିରେ ସାମିଲ ହୋଇଥିଲେ । ୨୦୨୨ ମସିହାରେ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ନିଯୁକ୍ତି ପାଇବା ସହ କାର୍ଯ୍ଯ କରିଥିଲେ । ଏଥିସହିତ ସେ ରାଜ୍ୟ ବିଜେଡିର ବରିଷ୍ଠ ସଂପାଦକ ଭାବେ ଦାୟୀତ୍ବ ତୁଲାଇଛନ୍ତି । ଏବେ ପ୍ରାର୍ଥୀ ଘୋଷଣା ପରେ ଦଳ ତାଙ୍କୁ ନବରଂଗପୁରରେ ଲଢିବା ପାଇଁ ସୁଯୋଗ ଦେଇଛି ।

 

 

Post Views92 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!