କନ୍ଧମାଳବାସୀଙ୍କ ସେବା ପାଇଁ ପୁଣି ସୁଯୋଗ :ଅଚ୍ୟୁତ

ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ଆଉ ୬ ଲୋକସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ୨ ପର୍ଯ୍ୟାୟରେ ମୋଟ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ପୁଣି ଆଉ ୬ ଅର୍ଥାତ୍ ମୋଟ ୧୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ ।କନ୍ଧମାଳ ଲୋକସଭାରୁ ପୁଣି ଲଢିବେ ଡ. ଅଚ୍ୟୁତ ସାମନ୍ତ  । ତାଙ୍କୁ ୨ୟ ଥର ପ୍ରାର୍ଥୀ କରିଛି ବିଜେଡି  ।

ଡ. ଅଚ୍ୟୁତ ସାମନ୍ତ ୧୯୬୫ ଜାନୁଆରୀ ୨୦ କଟକ ଜିଲ୍ଲା କଲରାବାଙ୍କ ଗାଁରେ ଜନ୍ମ ହୋଇଥିଲେ । ଓଡିଶାର ଜଣେ ସାମଜିକ ଉଦ୍ୟୋକ୍ତା, ଶିକ୍ଷକ, ସମାଜସେବୀ ଏବଂ ରାଜନୀତିଜ୍ଞ ହେଉଛନ୍ତି ଅଚ୍ୟୁତ । ବାପା ଅନାଦି ଚରଣ ସାମନ୍ତ , ମା ନୀଳମା ସାମନ୍ତ। ମାତ୍ର ୪ ବର୍ଷ ବୟସରୁ ବାପାଙ୍କୁ ହରେଇଥିଲେ ଅଚ୍ୟୁତ । ପରିବାରର ସ୍ଥିତି ଯାହା ଥିଲା ନକହିବା ଭଲ। ତଥାପି ବହୁତ କଷ୍ଟ କରି  ପାଠ ପଢ଼ିଥିଲେ। ଅଚ୍ୟୁତ ଉତ୍କଳ ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଏକ ରସାୟନ ବିଜ୍ଞାନ ଲ୍ୟାବ ସହକାରୀ ଭାବରେ ମହର୍ଷି ବିଶ୍ବବିଦ୍ୟାଳୟରେ ୧୦ ବର୍ଷ ଧରି ସେ ଶିକ୍ଷାଦାନ କରିଥିଲେ  ।ଏକ ନିପଟ ମଫସଲରୁ ଆସି ଭୁବନେଶ୍ୱରରେ ଭଡ଼ା ଘରୁ ଆରମ୍ଭ କରିଥିଲି ଦୁଇଟି ସଂସ୍ଥା, ଯାହା ଆଜି କିଟ୍ ଓ କିସ୍ ଭାବେ ପରିଚିତ। ସେ ୨୫ଟି ଆଧ୍ୟାତ୍ମିକ କେନ୍ଦ୍ର ସ୍ଥାପନା କରିସାରିଛନ୍ତି ଏବଂ ମହାତ୍ମାଗାନ୍ଧୀଙ୍କର ସ୍ମୃତିରେ ଗାନ୍ଧୀ ଗ୍ରାମ ନାମକ ସଂଗ୍ରହାଳୟ ସ୍ଥାପନ କରିବାକୁ ଯାଉଛନ୍ତି; ଯେଉଁଥିରେ ଆଦିବାସୀ ଲୋକଙ୍କର ଜୀବନ ଶୈଳୀ, କଳା, ସଂସ୍କୃତି ଏବଂ ଯୋଗ ଏବଂ ଆଧ୍ୟାତ୍ମିକ ମନୋଭାବ ପାଇଁ ଏକ କେନ୍ଦ୍ର ରହିବ ।

୭ ମାର୍ଚ୍ଚ ୨୦୧୮ ମସିହାରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ  । ସେ ବିଜେଡିରେ ଯୋଗଦାନ କରିଥିଲେ ।] ୪ ଅପ୍ରେଲ, ୨୦୧୮ ମସିହାରେ ସେ ରାଜ୍ୟ ସଭାର ସଦସ୍ୟ ଭାବରେ ଯୋଗଦାନ କରିଥିଲେ ।ମାର୍ଚ୍ଚ ମାସ ୧୮ ତାରିଖରେ ସେକନ୍ଧମାଳରୁ ବିଜେଡିର ଲୋକ ସଭା ପ୍ରାର୍ଥୀ ଭାବରେ ଛିଡ଼ାହେବେ ବୋଲି ଘୋଷଣା କରାଯାଇଥିଲା ।ସେ ୧୭ ତମ ଲୋକସଭା ର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ  ।ଏବେ ପୁଣି କନ୍ଧମାଳ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଡକ୍ଟର ସାମନ୍ତ । କନ୍ଧମାଳବାସୀଙ୍କ ସେବା ପାଇଁ ପୁଣି ସୁଯୋଗ ମିଲିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ୍କୁ ଧନ୍ୟବାଦ ଜଣାଇଛନ୍ତି  ସେ କହିଛନ୍ତି ଲୋକସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛି । କନ୍ଧମାଳ ବିକାଶ ପାଇଁ କାମ କରିବ ବୋଲି ସେ କହିଛନ୍ତି ।

 

 

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!