ବିଜେଡି ହାତରୁ ଖସିବ ଖୋର୍ଦ୍ଧାଗଡ !

ଓଡ଼ିଶାରେ ଏବେ ନିର୍ବାଚନୀ ମାହୋଲ ଏକପ୍ରକାର ସୃଷ୍ଟି ହୋଇ ସାରିଲାଣି । ବିଜେଡି ଢେର ଆଗରୁ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସଂକେତ ଦେଇ ସାରିଛି । ଏପରିକି ଦଳ ସିକ୍ରେଟ ସର୍ଭେ କରି କେଉଁ ନିର୍ବାଚନ ମଣ୍ଡଳୀରେ ଦଳର ସ୍ଥିତି କଣ ତାହା ପରଖି ସାରିଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ସିକ୍ରେଟ ସର୍ଭେ ଚାଲିଥିବା ନେଇ ବିଜେଡିର ଅନ୍ଦର ମହଲରୁ ସୂଚନା ମିଳୁଛି । ଏପରିକି କେଉଁ ନିର୍ବାଚନ ମଣ୍ଡଳୀରେ ଦଳର ବିଜୟ ସମ୍ଭାବନା ଅଧିକ ରହିଛି ସେ ବାବଦରେ ମଧ୍ୟ ଦଳୀୟ ସୁପ୍ରିମୋଙ୍କ ପାଖରେ ରିପୋର୍ଟ ପହଞ୍ଚିଥିବା କୁହାଯାଉଛି । ସେହିଭଳି କେଉଁ ଆସନରେ ଦଳ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ତାହା କଚ୍ଚା ଚିଠା ଶୀର୍ଷ ନେତୃତ୍ୱଙ୍କ ପାଖେ ପହଞ୍ଚିଥିବା ଚର୍ଚ୍ଚା ହେଉଛି । ଦଳର ଭିତିରି ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲାରେ ଦଳ ୫୦% ଆସନରେ ଚ୍ୟାଲେଞ୍ଜର ସାମ୍ନା କରିପାରେ ।

ଖୋର୍ଦ୍ଧା ଜିଲ୍ଲା ଅଧିନରେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି । ଗତ ୨୦୧୯ ନିର୍ବାଚନରେ କେବଳ ଜଟଣୀ ଆସନକୁ ଛାଡିଦେଲେ ବାକି ୭ଟି ଆସନ ନିଜ ଅକ୍ତିଆରରେ ରଖିଥିଲା ବିଜେଡି । କିନ୍ତୁ ୨୦୧୯ରେ ନେତାଙ୍କର ଆସନ ପରିବର୍ତ୍ତନ ହୋଇଥିଲା । କେବଳ ଏକାମ୍ର ଆସନକୁ ଛାଡିଦେଲେ ବାକି ସବୁ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ବିଜେଡି । ଏହି ପରୀକ୍ଷା ନିରୀକ୍ଷା ବିଜେଡିକୁ ମଧ୍ୟ ସୁହାଇଥିଲା । ଖୋର୍ଦ୍ଧା ଜିଲ୍ଲାରେ ଦଳ କ୍ଲିନ୍ ସୁଇପ କରିପାରିନଥିଲେ ମଧ୍ୟ ୭ ଆସନରେ ବାଜିମାତ୍ କରିଥିଲା । କିନ୍ତୁ ୨୦୧୯ ନିର୍ବାଚନ ପରେ ଅନେକ କିଛି ଘଟଣାବଳୀ ବିଜେଡି ରାଜନୀତିକୁ ଅତିମାତ୍ରାରେ ପ୍ରଭାବିତ କରିଛି । ପ୍ରାର୍ଥୀ ପରିବର୍ତ୍ତନ କରି ଦଳ ବିଜୟୀ ହୋଇଥିଲା ସତ କିନ୍ତୁ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନରେ ନୂଆ-ପୁରୁଣା ଭେଦଭାବ ସୃଷ୍ଟି ହୋଇଥିବା କୁହାଯାଉଛି । ଯାହା ଏବେ ବିଜେଡିକୁ ବେଶ ଅଡୁଆରେ ପକାଇଥିବା କୁହ।।ଉଛି ।

ବିଜେଡିର ଭିତିରି ମହଲରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନ ପାଖେଇବା ସହ ଦଳ ଭିତରେ ଥିବା ଅସନ୍ତୋଷ ଉଗ୍ର ରୂପ ନେବାର ଅଧିକ ସମ୍ଭାବନା ରହିଛି । ସଙ୍ଗଠନରେ ନୂଆ-ପୁରୁଣା ଭେଦଭାବ ୪ ନିର୍ବାଚନମଣ୍ଡଳୀରେ ବିଜେଡିକୁ ବ୍ୟାକଫୁଟରେ ରଖିଥିବା କୁହାଯାଉଛି । ଯେଉଁ ୪ ଆସନରେ ଦଳ ନିଜର ବିଜୟ ନେଇ ସନ୍ଦିହାନ ରହିଛି । ନୂଆ ନେତାଙ୍କ ସହ ଦଳର ସ୍ଥାନୀୟ ନେତାଙ୍କର ତାଳମେଳ ଠିକ୍ ରହୁନଥିବାରୁ ଏହାର ପରିଣାମ ଅତି ସାଂଘାତିକ ହୋଇପାରେ ଅଥାର୍ତ ଦଳ ଏଭଳି କିଛି ଆସନରେ ପରାଜିତ ହୋଇାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଏହି ନିଆଁକୁ ବ୍ୟାପିବା ପୂର୍ବରୁ ପ୍ରଶମିତ କରିବାକୁ ଦଳରେ ଏବେ ମାନଭଞ୍ଜନ ମହାପର୍ବ ଆରମ୍ଭ ହୋଇଥିବା କୁହାଯାଉଛି । ଉଭୟ ପୁରୁଣା-ନୂଆ ଗୋଷ୍ଠୀର ନେତାଙ୍କୁ ଏକାଠି ବସାଇ ଦଳ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦିଅ।।ଇଥିବା ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ପୁରୁଣା ଆସନକୁ ପ୍ରାର୍ଥୀଙ୍କୁ ଫେରାଇ ଆଣିବାକୁ ମଧ୍ୟ ଅଙ୍କକଷା ହେଉଥିବା କୁହାଯାଉଛି । କାରଣ ଏପରି ନକଲେ ଖୋର୍ଦ୍ଧା ଜିଲ୍ଲାରେ ଦଳ ହାତରୁ ୪ ଆସନ ଖସିଯିବାର ସମ୍ଭାବନା ରହିଥିବା ଶୁଣିବାକୁ ମିଳୁଛି ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!