ବିଜେପି ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତାଲିକାରେ ୪୯ ଜଣ ନୂଆ ମୁହଁ ଥିବାବେଳେ ୬୩ ଜଣଙ୍କ ଉପରେ ପୁଣି ଭରସା କରିଛି ଦଳ । ସେହିପରି ୨୦ ବିଧାୟକଙ୍କୁ ପୁଣି ଥରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ଏଥିରେ ଭୁବନେଶ୍ୱର (ମଧ୍ୟ)ରୁ ଦଳର ପୁରୁଖା ଓ ଅଭିଜ୍ଞ ନେତା ଜଗନ୍ନାଥ ପ୍ରଧାନଙ୍କୁ ଟିକେଟ ଦେଇଛି ଦଳ । ଟିକେଟ ପାଇବା ପରେ ରାଷ୍ଟ୍ରୀୟ ନେତୃବୃନ୍ଦ ଓ ରାଜ୍ୟ ନେତୃତ୍ୱ, କର୍ମୀ ଓ ସଂଗଠନ ମଜଭୁତ କରିଥିବା ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚନ ଲଢ଼ିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ନୀତି, ଆଦର୍ଶ, ବ୍ୟକ୍ତିତ୍ୱ, ଲୋକଙ୍କ ବିଶ୍ୱାସ ଓ ଭରସା, ଜନ ସମ୍ପର୍କରେ ସୁଦୃଢ଼ତା, ବୁଥ ସମ୍ପର୍କରେ ସାମର୍ଥ୍ୟ ବୃଦ୍ଧି କରିବା, ସର୍ବୋପରି ସଂଗଠନ ଓ ଜନତା ଜନାର୍ଦ୍ଦନଙ୍କ ତାଙ୍କ ପ୍ରତି ଭଲ ପାଇବା ଓ ଶକ୍ତିବଳରେ ଏଥର ଭୁବନେଶ୍ୱର ମଧ୍ୟରେ ବଡ଼ ଲଢ଼େଇ ଦେଖିବାକୁ ମିଳିବ।
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଗଠନ ହେବାଠାରୁ ତିନୋଟି ଯାକ ନିର୍ବାଚନରେ ବିଜେଡି ହିଁ ବାଜି ମାରିଛି। ୨୦୧୯ରେ ବିଜେଡିକୁ କଡ଼ା ଟକର ଦେଇଥିଲା ବିଜେପି। ତେବେ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ- ନିର୍ବାଚନ ମଣ୍ଡଳୀର ପୂର୍ବତନ ମେୟର ତଥା ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ କଡ଼ା ଟକ୍କର ଦେଇ ୧୦ ହଜାର ଭୋଟ ବ୍ୟବଧାନରେ ହାରିଥିଲେ ଜଗନ୍ନାଥ । ତେବେ ଦୁଇ ଦୁଇ ଥର ବିଜେଡ଼ିକୁ ଟକ୍କର ଦେଇ ଆସୁଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ଚତୁର୍ଥ ଥର ପାଇଁ ଲଢ଼ିବା ପାଇଁ ଦଳ ତାଙ୍କ ଉପରେ ବିଶ୍ୱାସ ଓ ଭରସା କରି ଟିକେଟ ପ୍ରଦାନ କରିଛି । ସେ ଥରେ ସ୍ୱାଧୀନ ଓ ୨ ଥର ବିଜେପି ଟିକେଟରେ ବିପକ୍ଷଙ୍କୁ କଡ଼ା ଟକ୍କର ଦେଇ ହାରିଥିଲେ । ତେବେ ଚଳିତ ନିର୍ବାଚନରେ ଦଳ ତାଙ୍କୁ ପୁଣି ଥରେ ଟିକେଟ ପ୍ରଦାନ କରିଛି । ବିକଶିତ ଭୁବନେଶ୍ୱର ଗଢ଼ିବା, ସରସ, ସୁନ୍ଦର ଭୁବନେଶ୍ୱର ଗଢ଼ିବା ସହ ଭୁବନେଶ୍ୱର ମଧ୍ୟରେ ବସ୍ତି ବାସିନ୍ଦାଙ୍କ ସମୟ ସହ ଥିବା ୟାବତୀୟ ସମସ୍ୟାକୁ ଦୂରୀଭୂତ କଥା କହୁଥିବା ଜଗନ୍ନାଥଙ୍କୁ ଏଥର ହରାଇବା ବିପକ୍ଷଙ୍କ ପାଇଁ ଅସମ୍ଭବ ବୋଲି କୁହାଯାଉଛି ।
ରାଜନୈତିକ କ୍ୟାରିୟରରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ବିଜେଡିକୁ କଡ଼ା ଟକ୍କର ଦେଇ ପରାଜୟ ପରେ ମଧ୍ୟ ସେ ନିଷ୍ଠାର ସହ ଜନସେବା ଜାରି ରଖିଛନ୍ତି । ନିର୍ବାଚନମଣ୍ଡଳରୀର ଅଧିକାର ପାଇଁ ଲଢ଼ିଛନ୍ତି, ରାଜନୀତି ଜୀବନର ଆରମ୍ଭରୁ ଆଜିଯାଏ ସଚ୍ଚୋଟତାର ସହ, ଆଶାବାଦୀ ରାଜନେତା ଭାବରେ ଲୋକସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ଜଣେ ଉଚ୍ଚକୋଟୀର ମଣିଷ ସହ ଦରଦୀ ରାଜନେତା ଭାବରେ ରାଜ୍ୟ ରାଜନୀତିରେ ସେ ବିରଳ । ସ୍ୱାର୍ଥଭିତ୍ତିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଆଦର୍ଶଭିତ୍ତିକ ରାଜନେତା ସହ ଲୋକଙ୍କ ସୁଖ ଦୁଃଖରେ ଅନ୍ତରଙ୍ଗ ହେବା, ସେମାନଙ୍କ ସମସ୍ୟା ସମାଧାନ କରିବାରେ ନିଜକୁ ଉତ୍ସର୍ଗ କରିବାକୁ ଅଗ୍ରଧିକାର ଦେବା ତାଙ୍କୁ ସମସାମୟିକ ରାଜନେତାଙ୍କ ଠାରୁ ଭିନ୍ନ ଓ ଅନନ୍ୟ କରିଛି ।ତେବେ ଏଥର ମୋଦିଙ୍କ ଗ୍ୟାରେଣ୍ଟି, ମୋଦି ଲହର ଓ ୨୪ ବର୍ଷର କଳୁଷିତ ଶାସନକୁ ହଟାଇବା ପାଇଁ ପରିବର୍ତ୍ତନ ହେବ ଓ ଏଥର ବିଜୟ ପାଇଁ ଆଶାବାଦୀ କଥା ନେଇ ଟିକେଟ ପାଇବା ପରେ କହିଛନ୍ତି ଜଗନ୍ନାଥ । ବିଜେପିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଜଣେ ସକ୍ରିୟ ନେତା ଭାବେ ଦୀର୍ଘ ୩୦ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୯ରେ ନୂଆ କରି ଗଠିତ ହୋଇଥିଲା ଭୁନେଶ୍ବର ମଧ୍ୟ ଆସନ। ଆରମ୍ଭରୁ ଏହି ଆସନଟି ଅଣସଂରକ୍ଷିତ ଥିବା ବେଳେ, ବିଏମସିର ୧୭ଟି ୱାର୍ଡ ଅନ୍ତର୍ଭୁକ୍ତ। ଏଠାରେ ମୋଟ ଭୋଟର ସଂଖ୍ୟା ୨, ୩୨, ୨ ୭୬। ସେମାନଙ୍କ ଭିତରୁ ୧, ୩୧, ୨୬୫ ପୁରୁଷ ଏବଂ ୧,୦୧,୦୧୧ ମହିଳା ଭୋଟର।

