ମାର୍ଚ୍ଚ ପହିଲାରେ କଂଗ୍ରେସ ଟିକେଟ୍ !

କିଛି ଦିନ ପରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ତାରିଖ। ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପ୍ରସ୍ତୁତ ସବୁ ରାଜନୈତିକ ଦଳ। କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ସବୁ ରେଜନୈତକ ଦଳ ଜାରି ରଖିଛନ୍ତି ଅଙ୍କକଶା। ତେବେ ଟିକେଟ୍‌ ବଣ୍ଟନକୁ ନେଇ ଆଜି ବଡ଼ ସୂଚନା ଦେଇଛି କଂଗ୍ରେସ। ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଆସନରେ ଟିକେଟ ଘୋଷଣା କରାଯିବ ବୋଲି ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନାଦେଇଛନ୍ତି।

ସାଧାରଣ ନିର୍ବାଚନ ପାଇଁ ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଥିଲା, ଯେଉଁଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଚଳିତ ଥର ଟିକେଟ୍‌ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ଏକ ନୂଆ ଉପାୟ ଆପଣାଇଥିଲା କଂଗ୍ରେସ। ପ୍ରଥମ ଥର ପାଇଁ ଅନଲାଇନ୍‌ରେ ଟିକେଟ୍‌ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କୁ କହିଥିଲା ଦଳ। ‘ପ୍ରଗମନ୍‌’ ନାମକ ଏକ ଆପ୍‌ରେ ସମସ୍ତ ଆଶାୟୀ ଆବେଦନ କରିବାକୁ କୁହାଯାଇଥିଲା। ଯେଉଁଥିରେ ବିଧାୟକ ପାଇଁ ୩ ହଜାର ଓ ସାଂସଦ ପାଇଁ ୭୦୦ ପ୍ରାର୍ଥୀ ଆବେଦନ କରିଥିଲେ। ତେବେ ଆଜି ବସିଥିବା ବୈଠକରେ ପ୍ରଗମନ୍‌ ଆପ୍‌ରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା ହୋଇଥିଲା।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!