କାଲିଠାରୁ ମାଟ୍ରିକ ପରୀକ୍ଷା, ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ନଜରରେ ପରୀକ୍ଷା କେନ୍ଦ୍ର

ମଙ୍ଗଳବାର ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର। ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି। 

ରାଜ୍ୟର ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଥିବା ଅତି ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରଥମ ଥର ପାଇଁ ଲଗାଯାଇଛି AIଯୁକ୍ତ ସିସିଟିଭି କ୍ୟାମେରା। ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି।  ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଏଥି ମଧ୍ୟରୁ ୬୦୦ଟି ସମ୍ବେଦନଶୀଳ ଓ କେନ୍ଦ୍ରମାନଙ୍କରେ ଏ ଆଇ କ୍ୟାମେରା ଲଗାଯାଇଛି ।

 ସୂଚନା ଯୋଗ୍ୟ ଯେ ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ ନୋଡାଲ ସେଣ୍ଟର କରାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି।…

Post Views89 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!