ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ, ରାସ୍ତା ଅବରୋଧକଲେ ଗ୍ରାମବାସୀ।

-ନାବାଳିକାଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଦୁଷ୍କର୍ମ ଯୋଗୁଁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ପରେ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଲା ରାସ୍ତା ଅବରୋଧ ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଟାଙ୍ଗିଆସାହି ଗାଁରେ । ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ବଡ ଝିଅ ଗତ ବର୍ଷେ ହେଲା ଲୁବୁରସିଂ ଗାଁରେ ବିବାହ କରିଛନ୍ତି ।

ଝିଅ ଗର୍ଭବତୀ ଥିବା ଯୋଗୁଁ ଗତ କିଛି ଦିନ ହେଲା ସାନ ଝିଅ ରୁପା ଦଳାଇ ଲୁବୁରସିଂ ଜ୍ବାଇଁ ଘରେ ଥିଲେ । ତେବେ ଗତ 25 ତାରିଖ ଦିନ ସାନ ଝିଅ ରୁପା କୁ ତାଙ୍କ ବାପା ସୋନାରାମ୍ ଦଳାଇ ଟାଙ୍ଗିଆସାହି ଗାଁକୁ ଆଣିଥିଲେ । ଆଣିବା ବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିଲା । ତେଣୁ ଗତ ଶୁକ୍ରବାର ଦିନ ଝିଅ କୁ ଚନ୍ଦ୍ରଗିରି ମେଡ଼ିକାଲ ନେଇଥିଲେ ।

ସେଠାରେ ରୂପାର ଅବସ୍ଥା ଗୁରୁତର ହେବାରୁ ଶନିବାର ବ୍ରହ୍ମପୁର ସ୍ଥାନାନ୍ତର କର।ଯାଇଥିଲା । ରବିବାର ଦିନ ମଧ୍ୟାହ୍ନରେ ବ୍ରହ୍ମପୁର ମେଡ଼ିକାଲରେ ଝିଅର ମୃତ୍ୟୁ ଘଟିଥିଲା । ତେବେ ଝିଅର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ମୃତ୍ୟୁ ପୁର୍ବରୁ ଝିଅର ଦେଢ଼ସୁର ଦୁଷ୍କର୍ମ କରିଥିବା ନାବାଳିକା କହିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେଣୁ ସେମାନେ ଆଜି ଏତଲା ଦେବା ପରେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଲୋକେ ରାସ୍ତା ଅବରୋଧ କରିଥିବା କହିଛନ୍ତି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ରାସ୍ତା ରୋକ ହଟିଥିଲା ।

ଘଟଣାର ର ତଦନ୍ତ ଚାଲିଛି ପୋଷ୍ଟ ମୋର୍ଟାମ୍ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ଆର ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ ମଲ୍ଲିକ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!