ରାଜ୍ୟରେ ୧୦ ଦିନ ମଧ୍ୟରେ ଦୁଇଟି ଲଘୁଚାପ

ରାଜ୍ୟରେ ୧୨ ଓ ୧୯ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ହେବ । ଫଳରେ ସାରା ରାଜ୍ୟରେ ବର୍ଷା ହେବ । ଏହାର ପ୍ରଭାବରେ ରାଜ୍ୟରେ ହୋଇଥିବା ୧୧% ନିଅଣ୍ଟିଆ ବର୍ଷା ସ୍ଥିତି କିଛି ମାତ୍ରାରେ ଭରଣା ହୋଇପାରିବ ବୋଲି ଆଶା କରାଯାଉଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ଆଡ଼କୁ ଉତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ ।
ଏହାର ପ୍ରଭାବରେ ମଙ୍ଗଳବାରରୁ ଗୁରୁବାର ଯାଏ ରାଜ୍ୟରେ ପ୍ରବଳ ବର୍ଷିବ ବୋଲି ଆକଳନ ହୋଇଛି । ସେହିପରି ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସେପ୍ଟେମ୍ବରର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟାର ଲଘୁଚାପ ସୃଷ୍ଟି ହୋଇପାରେ ।

Post Views47 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!