ଦୁଷ୍ମନ୍ତ ଗଢି଼ବେ ନୂଆ ଖଣ୍ଡପଡ଼ା !

ଏଥର ଖଣ୍ଡପଡ଼ାରେ ଆସିବ କି ପରିବର୍ତ୍ତନ ? ରାଜରାଜୁଡ଼ା ଓ ପାରିବାରିକ ରାଜନୀତିକୁ ବାଏ ବାଏ କହିବେ କି ଜନତା ? ୨୦୨୪ ସାଧାରଣ ନିର୍ବାଚନ ପାଇଁ ସବୁଠି ତାତି ବଢିଥିବାବେଳେ ଖଣ୍ଡପଡ଼ାକୁ ନେଇ ଏଭଳି ଆଶା ଜାଗ୍ରତ ହୋଇଛି । କାରଣ  ନୂଆ ଖଣ୍ଡପଡ଼ା ଗଠନର ଆହ୍ବାନ ନେଇ ରାଜନୀତିରେ ପାଦ ଦେଇଛନ୍ତି ବିଜେପି ନେତା ଦୁଷ୍ମନ୍ତ ସ୍ବାଇଁ । ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୧୧୨ ଜଣିଆ ପ୍ରାର୍ଥୀ ତାଲିକାରେ ଅଛନ୍ତି ଦୁଷ୍ମନ୍ତ । ଖଣ୍ଡପଡ଼ାରୁ ଦୁଷ୍ମନ୍ତଙ୍କୁ ଯୋଦ୍ଧାଭାବେ ଅବତୀର୍ଣ୍ଣ କରିବା ସହ ବିଜୟ ଲକ୍ଷ୍ଯ ରଖିଛି ଭାରତୀୟ ଜନତା ପାର୍ଟି ।

ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ରାଜ୍ଯ ରାଜନୀତିରେ ବେଶ୍ ଗୁରୁତ୍ବବହନ କରୁଛି । ବିଜେପି ଏଠାରେ ଆରମ୍ଭରୁ ଶାସନକୁ ଫେରିନଥିବାବଳେ ଦିନଥିଲା ଏହା କଂଗ୍ରେସର ଗଡ଼ ଭାବେ ପରିଚିତ ହେଉଥିଲା । ହେଲେ ବିଗତ ବର୍ଷରେ ବିଜେଡି ଏହି ଆସନକୁ ଅକ୍ତିଆରରେ ରଖିଛି । ଗତଥର ବିଜେଡିର ସୌମ୍ଯରଞ୍ଜନ ପଟ୍ଟନାୟକ ବିଶାଳ ବ୍ଯବଧାନରେ ବିଜୟ ଲାଭ କରିଥିଲେ । ସୌମ୍ଯ ବଡ଼ ବ୍ଯବଧାନରେ ଜିତିଥିଲେ ମଧ୍ଯ ୨୦୧୯ରେ ସଭିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଦୁଷ୍ମନ୍ତ । ସୌମ୍ଯଙ୍କ ବିରୋଧରେ ଏକାକି ସ୍ବାଧୀନ ଭାବେ ଲଢି ବିଜେଡିର ନିଦ ହଜାଇଦେଇଥିଲେ । ମଇଦାନରେ ନବାଗତ ହେଲେ ମଧ୍ଯ ଅଭିଜ୍ଞ ସୌମ୍ଯଙ୍କୁ ଅକଳରେ ପକାଇଦେଇଥିଲେ ଦୁଷ୍ମନ୍ତ ।  ଏପରିକି ବିଜୁ ଜନତା ଦଳ ଅନେକ ସ୍ଥାନରେ ଜଟିଳ ପରିସ୍ଥିତିର ମୁକାବିଲା କରିଥିଲା ।

ସ୍ବାଧୀନ ଭାବେ ଲଢିଥିବା ଦୁଷ୍ମନ୍ତଙ୍କୁ ନିରାଶ କରିନଥିଲେ ଖଣ୍ଡପଡ଼ାବାସୀ । ବିକଳ୍ପ ନେତା ଖୋଜୁଥିବା ଲୋକ ଦୁଷ୍ମନ୍ତଙ୍କ ଉପରେ ଆଶୀର୍ବାଦ ଅଜାଡ଼ି ଦେଇଥିଲେ । ସ୍ବତଃପ୍ରବୃତ ଭାବେ ଖଣ୍ଡପଡ଼ାର ଭୋଟର ଦୁଷ୍ମନ୍ତଙ୍କୁ ଭୋଟ ଦେବା ସହ ସେତେବେଳେ ନିର୍ବାଚନମଣ୍ଡଳୀରେ ଦୁଷ୍ମନ୍ତ ହାୱା ସୃଷ୍ଟି କରିଥିଲେ । ଯାହାଫଳରେ ଦୁଷ୍ମନ୍ତ ସ୍ବାଧୀନ ଭାବେ ଲଢି ୧୮ ହଜାରରୁ ଅଧିକ ଭୋଟ ଅର୍ଥାକ ପ୍ରାୟ ୧୭ ପ୍ରତିଶତ ଭୋଟ ହାସଲ କରିଥିଲେ । ଏପରିକି ସେତେବେଳର ବିଜେପି ପ୍ରାର୍ଥୀ ଅମାନତ ହରାଇଥିବାବେଳେ ଦୁଷ୍ମନ୍ତ ସୁଦୃଢ ସ୍ଥିତିରେ ରହିଥିଲେ । ପ୍ରଥମ ଥର ରାଜନୀତି ମଇଦାନରେ ଦୁଷ୍ମନ୍ତ ପ୍ରବେଶ ଏବଂ ଖଣ୍ଡପଡ଼ାବାସୀଙ୍କର ଅକୁଣ୍ଠ ଭଲପାଇବା ତାଙ୍କୁ ରାଜନୀତିରେ ଆଗକୁ ଯିବାକୁ ବାଧ୍ଯ କରିଥିଲା । ଏଣୁ ସେବେଠୁ ଖଣ୍ଡପଡ଼ାବାସୀଙ୍କ ସାଥେ ସାଥେ ରହି ସେମାନଙ୍କର ସୁଖଦୁଃଖରେ ସେ ଭାଗିଦାର ହୋଇଥିଲେ ।

ଦୁଷ୍ମନ୍ତଙ୍କ ବାପା ମହେନ୍ଦ୍ର ସ୍ବାଇଁ ଥିଲେ ଖଣ୍ଡପଡ଼ାର ଲୋକପ୍ରିୟ ନେତା । ତାଙ୍କୁ ମଧ୍ଯ ଖଣ୍ଡପଡ଼ାବାସୀ ବେଶ୍ ସ୍ନେହ ଆଦର କରୁଥିଲେ । ଏଣୁ ବାପାଙ୍କ ପଥ ଅନୁସରଣ କରି ରାଜନୀତିକୁ ସେବା ଭାବେ ଗ୍ରହଣ କରିଛନ୍ତି ଦୁଷ୍ମନ୍ତ । ତୃଣମୂଳସ୍ତରରେ ସୁଦୃଢ ସଂଗଠନ କରି ପ୍ରତି ଲୋକଙ୍କ ପାଖରେ ନିଜକୁ ସେ ପହଞ୍ଚାଇପାରିଛନ୍ତି । ଗାଁ ଗାଁରେ ନିଜର ସଂଗଠନ କରି ଜଣେ ଅଭିଜ୍ଞ ରାଜନେତାର ପରିଚୟ ଦେଇଛନ୍ତି । ଦୁଷ୍ମନ୍ତଙ୍କ ଦକ୍ଷତା ଓ ଲୋକପ୍ରିୟତା କାରଣରୁ ବିଜେପି ଏଥର ତାଙ୍କୁ ନିଜର ବିଧାନସଭା ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇଛି ।  ଖଣ୍ଡପଡ଼ା ପାଇଁ ବିଜେଡି ଏବେ ଅକଳ ପରିସ୍ଥିତିରେ ରହିଛି । କାହାକୁ ଟିକେଟ ଦେବ ସେନେଇ ନିଷ୍ପତ୍ତି ହୋଇପାରିନଥିବାବେଳେ ନିର୍ବାଚନମଣ୍ଡଳୀରେ କଂଗ୍ରେସର ସ୍ଥିତି ନାହିଁ କହିଲେ ଭୁଲ ହେବନି । ଏଭଳି ପରିସ୍ଥିତିରେ ଦୁଷ୍ମନ୍ତଙ୍କ ବିଜୟ ଏକଦମ ପକ୍କା ବୋଲି ଖଣ୍ଡପଡ଼ାରେ ଶୁଣିବାକୁ ମିଳୁଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!