ଛେଣ୍ଡିପଦାରୁ ପୁଣି ଲଢିବେ ସୁଶାନ୍ତ

ଅନୁଗୁଳର ଛେଣ୍ଡିପଦାରେ ଏଥର ନିର୍ବାଚନ ହେବ ସରଗରମ । ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତୃତୀୟ ଥର ପାଇଁ ସମ୍ବଲପୁର ଲୋକସଭା କ୍ଷେତ୍ରର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ସୁଶାନ୍ତ ବେହେରା । ରାଜ୍ୟର ନିର୍ବାଚନ ମଣ୍ଡଳୀ ଗୁଡିକର ସୀମା ପୁନଃନିର୍ଦ୍ଧାରଣ ପରେ ଛେଣ୍ଡିପଦା ସୃଷ୍ଟି ହୋଇଛି।

ଏହି ବିଧାନସଭା କ୍ଷେତ୍ରରୁ ଶାସକ ବିଜେଡି ଲଗାତର ଭାବେ ଜିତିଆସୁଛି। ଶାସକ ଦଳର ବିଧାୟକ ଭାବେ ସୁଶାନ୍ତ କୁମାର ବେହେରା ୨୦୧୪ ଓ ୨୦୧୯ ନିର୍ବାଚନ ଜିତିଛନ୍ତି। ଛେଣ୍ଡିପଦାରେ ୨୦୧୯ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହୋଇଥିଲା। ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରା ୬୭୯୪ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଅଗସ୍ତି ବେହେରାଙ୍କୁ ହରାଇଥିଲେ।

ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପୁଣି ଥରେ ସୁଶାନ୍ତ କୁମାର ବେହେରାଙ୍କୁ ପ୍ରାର୍ଥୀ କରିଛି । ତୃତୀୟ ଥର ପାଇଁ ସୁଶାନ୍ତଙ୍କ ଉପରେ ଭରସା କରିଛି ଦଳ । ପୂର୍ବରୁ ସୁଶାନ୍ତ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ବିଜୟ ଲାଭ କରିଥିଲେ । ଏଥର ମଧ୍ୟ ବିଜୟ ମୁକୁଟ ପନ୍ଧିବାକୁ ଆଶା ରଖିଛନ୍ତି ସେ । ୨୦୧୪ ରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଏହି ଲଢେଇରେ ସୁଶାନ୍ତ ୯୮୦୭ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ବେହେରାଙ୍କୁ ହରାଇଥିଲେ।ସୁଶାନ୍ତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ଦଳୀୟ ଟିକେଟ ପାଇବା ପରେ ସୁଶାନ୍ତ ଜରପଡା ସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିର ଆସି ପୂଜାର୍ଚ୍ଚନା କରିଥିଲେ । ସେଠାରେ ତାଙ୍କର ହଜାର ହଜାର ସମର୍ଥକ ଓ ଦଳୀୟ କର୍ମୀ ଉତ୍ସବ ପାଳନ କରିଥିଲେ । ନିକଟରେ ସେ ନିଜର ସମର୍ଥକଙ୍କ ସହ ବିରା ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ନାମାଙ୍କନ ପତ୍ର ଭରିବା ବେଳେ ସୁଶାନ୍ତ କହିଛନ୍ତି ନବୀନଙ୍କ ବିକାଶ ଦଳ ପାଇଁ ବଳ । ସବୁଠାରୁ ବଡ଼ କଥା ଏଥର ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଏହା ଦଳର ମନ ବଳକୁ ଆହୁରି ଦୁଇଗୁଣିତ କରିବ ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!