ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି । ପୂର୍ବରୁ ପଚାରୁଥିଲୁ କେତେ ଆସନରେ ଜିତିବୁ, ଲୋକ ୭ରୁ ୮ ଆସନ ବୋଲି କହୁଥିଲେ । କିନ୍ତୁ ଏବେ ବିଜେପି କେତେ ଆସନରେ ଜିତିବ ବୋଲି ପଚାରିଲେ ଲୋକେ କହୁଛନ୍ତି ୨୧ରୁ ୨୧ ଆସନରେ ଜିତିବ ବିଜେପି ।
ବିଜେପି ସାଂସଦଙ୍କୁ ନିର୍ବାଚିତ କରି ପଠାନ୍ତୁ, ଉଚିତ୍ ଢଙ୍ଗରେ ସେ କାମ କରିବେ । ଯେଉଁ ମାହୋଲ ଏଠାରେ ଦେଖୁଛି ଲାଗୁଛି ଏଥର ବିଶେଷ ନିବେଦନ କରିବାକୁ ପଡିବନି । ବିଜେପି ପ୍ରାର୍ଥୀ ବହୁତ ଭୋଟରେ ବିଜୟୀ ହେବ ।ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟି । ୧୦ ବର୍ଷ ହେବ ମୋଦୀ ସରକାରଙ୍କୁ କାମ କରୁଥିବାର ଦେଖିଛନ୍ତି । ସ୍ୱାଧୀନ ଭାରତରେ ଅନେକ ବର୍ଷ କଂଗ୍ରେସ ସରକାର ଦେଖିଛନ୍ତି ।
ସବୁବେଳେ ଗରିବିକୁ ହଟାଇବାକୁ କଂଗ୍ରେସ କହୁଥିଲା । କିନ୍ତୁ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ୨୫ କୋଟି ଲୋକଙ୍କୁ ଗରିବିରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗାମୀ ୧୦ରୁ ୧୫ ବର୍ଷ ଯଦି ମୋଦୀ ପ୍ରଧାନମନ୍ତ୍ରୀ ରୁହନ୍ତି ତେବେ ଦେଶରେ ଗରିବି ରହିବନି । ଓଡ଼ିଶାରେ ମଧ୍ୟ ଗରିବି କମିଛି ।

