କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ପ୍ରଶ୍ନବାଣ

ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ତାଙ୍କ ଦୋଷକୁ ଦେଖାଇଛନ୍ତି ।

କହିଛନ୍ତି, ୧୦ ବର୍ଷ ଧମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କଲେ? ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ ।

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିଲେ ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ କ’ଣ କଲେ? କେନ୍ଦ୍ରୀୟ ବିଦ୍ୟାଳୟର ସଂଖ୍ୟା ବଢାଇଲେ ନା ଭଲ ସ୍କୁଲ କଲେ । ବରଂ ବିଜେଡି ଏଠି ୫ଟି ସ୍କୁଲ ଗଢିଛି । ଏବେବି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଛି । ହେଲେ ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି ପିଲା ।

ଏହାବାଦ୍ ୧୦ ବର୍ଷ କେନ୍ଦ୍ର ମନ୍ତ୍ରୀ ରହି ରାଜ୍ୟ ପାଇଁ କ’ଣ କରିଛନ୍ତି । କଟକ-ସମ୍ବଲପୁର ଏନଏଚ କାମ ଆଜିଯାଏ ସରୁନି । ନିର୍ବାଚନ ବେଳେ ଏନଏଚ ୫୫ କାମ ତ୍ୱରାନିତ କଲେ । ପ୍ରକୃତ କଥା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଚୌକି ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ଧର୍ମେନ୍ଦ୍ରଙ୍କ କଟାକ୍ଷ କରିଛନ୍ତି ପାଣ୍ଡିଆନ୍ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!