ସରକାର ଗଠନ ପାଇଁ ଏନଡିଏ ରଖିଲା ଦାବି, ନରେନ୍ଦ୍ର ମୋଦିଙ୍କୁ ସମସ୍ତେ ବଢ଼ାଇଲେ ସମର୍ଥନ ର ହାତ

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ସରକାର ଗଠନ ପାଇଁ ଦାବି ରଖିଲା ଏନଡିଏ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଲା ଦାବିପତ୍ର । ସମର୍ଥନରେ ବହୁମତ ଥିବା ଦର୍ଶାଇଥିବା ସୂଚନା ।

ସବୁ ଆଡେ ମୋଦି କ୍ରେଜ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ମୋଦି ୩.୦ । ଏହି ଭିତରେ ଦିଲ୍ଲୀରେ ଥିବା ସଂସଦର ସେଂଟ୍ରାଲ ହଲରେ ଏନଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳର ନେତା ଭାବେ ପୁଣି ଚୟନ ହୋଇଛନ୍ତି ମୋଦି । ନରେନ୍ଦ୍ର ମୋଦିଙ୍କ ନାଁ ରେ ମୋହର ମାରିଛନ୍ତି ସମସ୍ତ ସଦସ୍ୟ।

ପ୍ରଥମେ ରାଜନାଥ ସିଂହ ପରେପରେ ଅମିତ ଶାହା ଏବଂ ନୀତିନ୍ ଗଡକରୀ ସମର୍ଥନ ଜଣାଇଛନ୍ତି । ସେହିପରି ସହଯୋଗୀ ଦଳର ମୁଖ୍ୟମାନେ ମଧ୍ୟ ସମର୍ଥନ ଜଣାଇ ମୋଦୀଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି । ଅନ୍ୟପଟେ କେନ୍ଦ୍ରରେ ସରକାର ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି।

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!