ଜୋରଦାର ହେବ ଲଢେଇ: ଜୟନାରାୟଣ

ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ସବୁଠି ବଢିଲାଣି ତାତି । ଏଥର ଜୋରଦାର ହେବ ନିର୍ବାଚନ ଲଢେଇ ।ରାଜ୍ୟ ବିଧାନସଭା ପାଇଁ ପ୍ରକାଶ ପାଇଛି ବିଜେପିର ପ୍ରାର୍ଥୀ ତାଲିକା । ୧୧୨ ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ଯେଉଁଥିରେ ୪୯ ଜଣ ନୂଆ ପ୍ରାର୍ଥୀ ଥିବାବେଳେ ୬୩ ଜଣଙ୍କ ଉପରେ ପୁଣି ଭରସା କରିଛି ଦଳ । ସେପଟେ ୧୭ ବିଧାୟକଙ୍କୁ ପୁଣି ମୈଦାନକୁ ବାହାରକରିଛି ଦଳ । ବିଧାୟକ ପ୍ରାର୍ଥୀ ପାଇଁ ପ୍ରଥମ ତାଲିକାରେ ୮ ଜଣ ମହିଳାଙ୍କୁ ଟିକେଟ ଦେଇଛି ଦଳ ।

ସମ୍ବଲପୁରରେ ଏଥର ହାଇଭୋଲଟେଜ୍ ଲଢେଇ ଦେଖିବାକୁ ମିଳି । ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର । ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଓଡିଶା ରାଜନିତୀର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ୟ୍ୟ୍ କରୁଛନ୍ତି  । ୨୦୦୦, ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୪ଶ, ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ  ।

ଏବେ ତାଙ୍କ ବୟାନକୁ ନେଇ ଚର୍ଚ୍ଚା ଆହୁରି ବଢିଛି। ଜୟନାରାୟଣ ଦୃଢ ଉକ୍ତି ପ୍ରକାଶ କରି କହିଛନ୍ତି, ସମ୍ବଲପୁରରେ ଲଢେଇ ହେବନି ବରଂ ବିଜେପିର ୱାନ ସାଇଡ଼ ଭିକ୍ଟ୍ରି ହେବ। ଦେଢ଼ ଲକ୍ଷରୁ ଅଧିକ ଭୋଟରେ ଆମେ ଜିତିବୁ। ସମ୍ବଲପୁର ସଂସଦୀୟ କ୍ଷେତ୍ରର ୭ ରୁ ୭ ବିଧାନସଭା ଆସନରେ ଆମେ ବିଜୟୀ ହେବୁ। ସବୁଠୁ ଭଲ ପ୍ରଦର୍ଶନ ସମ୍ବଲପୁର ବିଧାନସଭା ଆସନରେ କରିବ ବିଜେପି। ଗତଥର ଛେଣ୍ଡିପଦାରେ ଆମେ ଦେଢ଼ ହଜାର ଭୋଟର ହାରିଥିଲୁ ସେଠି ଏଥର ୧୦ ହଜାର ଭୋଟରେ ଜିତିବୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

 

 

Post Views97 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!